Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦ୍ରୁତ ଗତିରେ ଗାଡି ଚାଳନା କଲେ କଟିବ ଇ-ଚାଲାଣ

    Share on :
    ajab-Image
    Date: Oct 1, 2023    Views: 3385

    ଭୁବନେଶ୍ୱର:ରାଜଧାନୀରେ ଆପଣ ଦ୍ରୁତ ଗତିରେ ଗାଡି ଚଳାଉଛନ୍ତି କି? ରାଜଧାନୀ ରାସ୍ତାରେ ଦ୍ରୁତ ଗାଡି ଚାଳନାର ମଜା ନେଉଛନ୍ତି କି ? ଯଦି ହଁ ତେବେ ସତର୍କ ହୋଇ ଯାଆନ୍ତୁ । କାରଣ ଆପଣଙ୍କ ଗାଡି ଉପରେ ସିସିଟିଭି ନଜର ରଖିଛି । ଦ୍ରୁତ ଗତିରେ ଗାଡି ଚାଳନା କଲେ କଟିବ ଇ-ଚାଲାଣ । ଆପଣଙ୍କୁ କେହି ରାସ୍ତାରେ ଅଟକାଇବେ ନାହିଁ । କିନ୍ତୁ ରାସ୍ତାରେ ଥିବା ସିସିଟିଭି କ୍ୟାମେରା ନଜର ରଖିବ ।
    ହାଇ ସ୍ପିଡରେ ଗଲେ ନିୟମ ଭଙ୍ଗ ଅଭିଯୋଗରେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ । ବାଇକରେ ୬୦ରୁ ୭୦ ସ୍ପିଡରୁ ଅଧିକ ସ୍ପିଡ ଗଲେ ଓ ଚାରି ଚକିଆ ଯାନ ୧୦୦ ସ୍ପିଡରୁ ଅଧିକ ଦ୍ରୁତ ଗତିରେ ଗଲେ ଚାଲାଣ କଟିବ । ଜାତୀୟ ରାଜପଥରେ ଦ୍ରୁତ ଗତିରେ ଗଲେ ଗାଡିର ବେଗ ମାପି ଆପଣଙ୍କ ଫୋନକୁ ଯିବ ଚାଲାଣର ମେସେଜ । ଆଉ ଏସବୁ ଆରଟିଓ -୧ର କଣ୍ଟ୍ରୋଲ ରୁମରେ ପରିଚାଳନା ହେଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook