Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

    Share on :
    ajab-Image
    Date: Oct 1, 2023    Views: 3492

    ନୂଆଦିଲ୍ଲୀ: ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ୧୯ କେଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଦେଇଛନ୍ତି। ଆଜିଠାରୁ ଏହି ନୂଆ ଦର କାର୍ୟ୍ୟକାରୀ ହେବ। ଏହି ମୂଲ୍ୟବୃଦ୍ଧି ସହିତ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ମିଳିବ।
    ସୂଚନାଯୋଗ୍ୟ ସେପ୍ଟେମ୍ବର ୧ ତାରିଖରେ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରିଥିଲେ। ଏହା ପରେ ଦିଲ୍ଲୀରେ ୧୯ କେଜିର ଗ୍ୟାସ ମୂଲ୍ୟ ହ୍ରାସ ପାଇଁ ୧,୫୨୨ ଟଙ୍କାରେ ପହଞ୍ଚି ଥିଲା। ପୂର୍ବରୁ ଅଗଷ୍ଟରେ ମଧ୍ୟ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୯୯.୭୫ ଟଙ୍କା ହ୍ରାସ କରାଯାଇଥିଲା। ଏପରି ଭାବେ ଗତ ୨ ମାସରେ ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ପ୍ରାୟ ୨୫୮ ଟଙ୍କା ହ୍ରାସ କରାଯାଇଥିଲା। ଏବେ ପୁଣି ୨୦୯ ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟବୃଦ୍ଧି ଉପରେ ଏହା ପ୍ରଭାବ ପକାଇବ। ବିଶେଷ କରି ରେସ୍ତୋରାଁରେ ଖାଇବା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିପାରେ। ଏହା ସହିତ ସାମଗ୍ରୀ ମୂଲ୍ୟ ମଧ୍ୟ ବୃଦ୍ଧି ପାଇପାରେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook