Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏସ୍‌ସିବିରେ ମୋବାଇଲ୍‌ ଆଲୁଅରେ ହେଲା ଚିକିତ୍ସା

    Share on :
    ajab-Image
    Date: Oct 1, 2023    Views: 3367

    କଟକ: ଏସ୍‌ସିବି ଡାକ୍ତରଖାନାରେ ବିଜୁଳି କାଟକୁ ନେଇ ଅଭାବନୀୟ ସ୍ଥିତି ଦେଖାଦେଇଛି । ଏକ କେବଲ୍‌ ଲାଇନ୍‌ରେ ସମସ୍ୟା ହେବାରୁ ମେଡିସିନ୍‌ ବିଭାଗର ଷଷ୍ଠ ୟୁନିଟ୍‌ ୱାର୍ଡ ସମେତ ଆନାଟୋମି ବିଭାଗ ଏବଂ ପୋଷ୍ଟମମର୍ଟମ୍‌ ରୁମ୍‌ ଶନିବାରସକାଳୁ ଅନ୍ଧାରରେ ରହିଥିଲା । ଦୀର୍ଘ ୮ଘଣ୍ଟା ଧରି ମେଡିସିନ୍‌ ଷଷ୍ଠ ୟୁନିଟ୍‌ ୱାର୍ଡରେ ଚିକିତ୍ସାଧୀନ ମହିଳା ଓ ପୁରୁଷ ରୋଗୀ ଅନ୍ଧାର, ଗରମରେ ଛଟପଟ ହୋଇଥିଲେ । ଏପରିସ୍ଥଳେ ନର୍ସିଂ ଷ୍ଟାଫ୍‌ମାନେ ମୋବାଇଲ୍‌ ଟର୍ଚ୍ଚ ଆଲୁଅରେ ରୋଗୀଙ୍କୁ ଇଞ୍ଜେକସନ୍‌ ଏବଂ ସାଲାଇନ୍‌ ଦେଇଥିଲେ । ରୋଗୀ ସମ୍ପର୍କୀୟମାନେ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ ମାରି ଦେଖାଇବାରୁ ନର୍ସିଂ ଷ୍ଟାଫ୍‌ମାନେ ରୋଗୀଙ୍କ ଦେହରୁ ରକ୍ତ ନମୁନା ସଂଗ୍ରହ କରିଥିଲେ ।

    ଅନ୍ୟପକ୍ଷରେ ଏହି ଆଜ୍‌ବେଷ୍ଟସ୍‌ ଘର ଭିତରେ ଶହ ଶହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଗୋଟିଏ ଜାଗାରେ ହାଉଯାଉ ହେବା ମଧ୍ୟରେ ଗରମ ଏବଂ ଗୁଳୁଗୁଳିରେ ଅନେକ ରୋଗୀ ଅଣନିଶ୍ୱାସୀ ହୋଇପଡ଼ିଥିଲେ । ସମ୍ପର୍କୀୟମାନେ ଅନେକ ରୋଗୀଙ୍କୁ ୱାର୍ଡରୁ ବାହାରକୁ ନେଇ ପଳାଇଥିଲେ । ଅଧା ଚିକିତ୍ସାରୁ ଡାକ୍ତରଖାନା ଛାଡ଼ୁଥିବା ରୋଗୀମାନଙ୍କ ମଧ୍ୟରୁ ଜୀବନ ବଞ୍ଚାଇବା ପାଇଁ କେତେଜଣ ଘରୋଇ ଡାକ୍ତରଖାନା ଯାଇ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ସେହିପରି ଆନାଟୋମି ବିଭାଗ ଏବଂ ପୋଷ୍ଟମର୍ଟମ ରୁମ୍‌ ମଧ୍ୟ ଆଦି ଦିନ ତମାମ୍‌ ଅନ୍ଧାରରେ ରହିଥିଲା । ଫଳରେ ଶବ ବ୍ୟବଚ୍ଛେଦ କାର୍ୟ୍ୟରେ ବାଧା ଉପୁଜିଥିଲା । ବିଜୁଳି ନ ଥିବାରୁ ଆନାଟୋମି ବିଭାଗରେ ଡାକ୍ତରୀ ଛାତ୍ରମାନଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା । 

    Maximum 500 characters

    ତାଜା ଖବର View all

    Find Us on Facebook