Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିଦ୍ଦରମୈୟାଙ୍କ ସବୁ ମନ୍ତ୍ରୀ କୋଟିପତି

    Share on :
    ajab-Image
    Date: May 22, 2023    Views: 4359

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆରମ୍ଭ ହୋଇଛି ସିଦ୍ଦରମୈୟା ସରକାର । ତେବେ ଏ ଭିତରେ ଗୋଟିଏ କଥଶ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତକାଲି ଥିଲା ସପଥ ଗ୍ରହଣ ଉତ୍ସବ, ଶପଥ ନେଇଥିବା ସିଦ୍ଦରମୈୟାଙ୍କ ସବୁ ମନ୍ତ୍ରୀ କୋଟିପତି । ସେଥିରେ ଉପମୁଖ୍ୟମନ୍ତ୍ରୀ ଡ଼ି.କେ ଶିବକୁମାର ସବୁଠାରୁ ଧନୀ । ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୧୪୧୩.୮୦ କୋଟି । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରିୟାଙ୍କ ଖଡ଼ଗେଙ୍କ ସବୁଠାରୁ କମ୍‌ ସମ୍ପତ୍ତି ରହିଛି । ଯାହାର ପରିମାଣ ହେଉଛି ୧୬.୮୩ କୋଟି ।

    ତେବେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମୋଟ ସମ୍ପତ୍ତିର ପରିମାଣ ୫୧ କୋଟି ଥିବା ଜଣାପଡ଼ିଛି । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା । ୩ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେବଳ ସ୍କୁଲ ପାସ୍‌ । ଅର୍ଥାତ ସେମାନେ ଅଷ୍ଟମରୁ ଦ୍ୱାଦଶ ଶେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । କେବଳ ପ୍ରିୟାଙ୍କ ଖଡ଼ଗେଙ୍କ ବୟସ ୪୪ ହୋଇଥିଲା ବେଳେ ଅନ୍ୟ ସମସ୍ତଙ୍କ ବୟସ ୫୦-୭୫ ବର୍ଷ ଭିତରେ ରହିଥିବା ଜଣାପଡ଼ିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook