Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିଜ ସିଟରୁ ଉଠି ମୋଦୀଙ୍କୁ ଆଲିଙ୍ଗନ କଲେ ବାଇଡେନ

    Share on :
    ajab-Image
    Date: May 21, 2023    Views: 4586

    ନୂଆଦିଲ୍ଲୀ: ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଏହି ଅବସରରେ ମୋଦିଙ୍କୁ ଦେଖି ନିଜ ସିଟରୁ ଉଠି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପ୍ରତିବଦଳରେ ମୋଦି ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହାସହିତ ଦୁଇ ନେତାଙ୍କ ମଧ୍ୟରେ କିଛି ସମୟ ଆଲୋଚନା ମଧ୍ୟ ହୋଇଥିଲା । ଭାରତ ଓ ଆମେରିକାର ଏଭଳି ସମ୍ପର୍କକୁ ହୁଏତ ଚୀନ୍ ହଜମ କରିନପାରେ । ଜାପାନର ହିରୋସିମାରେ ଆୟୋଜିତ ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ଶନିବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
    ଏହି ବୈଠକରେ ଜାପାନ ଓ ଆମେରିକା ବ୍ୟତୀତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, କାନାଡା, ଇଟାଲି ସମେତ ୟୁରୋପୀୟ ସଂଘର ପ୍ରତିନିଧିମାନେ ସାମିଲ ହୋଇଥିଲେ । ବୈଦେଶିକ ସଚିବ ବିନୟ କ୍ୱାତ୍ରାଙ୍କ ମୁତାବିକ ଏହି ବୈଠକରେ ସମ୍ପର୍କ ସୁଦୃଢ, ପ୍ରତିରକ୍ଷା, ଆର୍ଥିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ସୀମା ପ୍ରସଙ୍ଗ, ଖାଦ୍ୟ ଓ ସ୍ୱାସ୍ଥ୍ୟ ବ୍ୟତୀତ ବିକାଶ ବ୍ୟତୀତ ଡିଜିଟାଲିକରଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ସମ୍ପର୍କରେ ଆଲୋଚନା କରାଯିବ ।
    ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ବୈଠକରେ ଯୋଗ ଦେବା ପୂର୍ବରୁ ଏଠାରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ସାକ୍ଷାତ କରିଥିଲେ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମାର ଉନ୍ମୋଚନ କରିଥିଲେ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook