Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଲିଉଡ୍ ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରୁ କଟକଣା ଉଠାଇଲା ସୁପ୍ରିମକୋର୍ଟ

    Share on :
    ajab-Image
    Date: May 18, 2023    Views: 4293

    ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ  ବିବାଦୀୟ ବଲିଉଡ୍ ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ଲାଗିଥିବା କଟକଣାକୁ ସୁପ୍ରିମକୋର୍ଟ ହଟାଇ ଦେଇଛନ୍ତି । ଏଥିସହିତ ତାମିଲନାଡୁ ସରକାରଙ୍କୁ ମଧ୍ୟ ଥିଏଟରରେ ଫିଲ୍ମ ଦେଖୁଥିବା ଲୋକଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଫିଲ୍ମ ନିର୍ମାତା ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ୩୨,୦୦୦ ମହିଳାଙ୍କ ତଥ୍ୟ ପ୍ରମାଣିତ ନୁହେଁ । ୩୨ ହଜାର ମହିଳା ସଂପର୍କିତ ତଥ୍ୟର କୌଣସି ଭିତ୍ତି ନାହିଁ ବୋଲି ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଡିସକ୍ଲେମର ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

    ଏହାର ଜବାବରେ ନିର୍ମାତା ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତା ମେ ୨୦ ସୁଦ୍ଧା ଡିସକ୍ଲେମର ଦିଆଯିବ   । ଏହା ପୂର୍ବରୁ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଏହି ନିଷେଧାଦେଶ ସମ୍ପର୍କରେ ପ୍ରଶ୍ନ କରିଥିଲେ।  ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ଫିଲ୍ମଟିକୁ ସେନସର ବୋର୍ଡ ପ୍ରମାଣପତ୍ର ଦେଇଛି । ଏହାପରେ ଆଇନଶୃଙ୍ଖଳା ବଜାୟ ରଖିବା ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ବ ।  ଯଦି ଫିଲ୍ମଟି ଖରାପ ହୋଇଥିବ ତାହା ଚାଲିବନି । ସମାଜର ଯେକୌଣସି ଲୋକଙ୍କୁ ପଚାରିବେ ସେମାନେ କଟକଣା ଲଗାଇବାକୁ କହିବେ । ଏପରି ଯଦି କରାଯାଏ ତେବେ ପ୍ରତି ଫିଲ୍ମକୁ ନେଇ କୌଣସି ନା କୌଣସି ଆପତ୍ତି ରହିବ । ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି କହିଥିଲେ ଯେ ରାଜ୍ୟରେ ଶାନ୍ତି ଶୃଙ୍ଖଳା ଖରାପ ହେବା କାରଣରୁ ଏହି ନିଷେଧାଦେଶ ଜାରି କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook