Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

    Share on :
    ajab-Image
    Date: May 18, 2023    Views: 4394

    ନୂଆଦିଲ୍ଳୀ: ଗତକାଲି ମଧ୍ୟରାତ୍ରରେ ପାକିସ୍ତାନର ସାଇବର୍‌ ଆକ୍ରମଣରେ ମୁହଁତୋଡ଼ ଜବାବ ଦେଇଛି ଭାରତ। ଏହି ସାଇବର୍‌ ଯୁଦ୍ଧ ପୂରା ଡିଜିଟାଲ୍‌ ଦୁନିଆକୁ ଚହଲାଇ ଦେଇଥିବା ବେଳେ ଭାରତ ପାକ୍‌କୁ ଉଚିତ ଶିକ୍ଷା ଦେଇଛି। ସୂଚନା ରହିଛି ଯେ ପାକିସ୍ତାନୀ ସାଇବର୍‌ ଆକ୍ରମଣକାରୀଙ୍କୁ ଜବାବ ଦେଇ ଭାରତର ‘କେରଳ ସାଇବର୍‌ ଏକ୍ସଟ୍ରାକ୍ଟର’ ୧୦ଟି ପାକିସ୍ତାନ ଦୂତବାସ ୱେବ୍‌ସାଇଟ୍‌ବୁ ବନ୍ଦ କରିଦେଇଛି। ତେବେ ରାତି ଅଧରେ‌ ହୋଇଥିବା

    ଏହି ସାଇବର୍‌ ଯୁଦ୍ଧର ପ୍ରଭାବ ଭାରତ ସମେତ ଫ୍ରାନ୍ସ, ଜର୍ମାନୀ ଏବଂ କାଜିକ୍‌ସ୍ତାନ ଆଦି ଦେଶ ଉପରେ ପଡ଼ିଛି; ଯାହାକି ଡିଜିଟାଲ୍‌ ମାନଚିତ୍ରରେ ଏକ ଛାପ ଛାଡ଼ିବାରେ ସମର୍ଥ ହୋଇଛି। ଡିଷ୍ଟ୍ରିବୁଟେଡ୍‌ ଡାନିଏଲ୍‌ ଅଫ୍‌ ସର୍ଭିସ୍‌ (ଡିଡିଓଏସ୍‌) ଆକ୍ରମଣ ହେଉଛି ଇଣ୍ଟର୍‌ନେଟ୍‌ର ଟ୍ରାଫିକ୍‌ ଜାମ୍‌ କରି ନେଟ୍‌ୱାର୍କ, ସର୍ଭିସ ଏବଂ ୱେବ୍‌ସାଇଟ୍‌ର କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିବ‌ାର ଏକ ମନ୍ଦ ପ୍ରୟାସ। ତେବେ ଭାରତ ‌କରିଥିବା ଆକ୍ରମଣ କେବଳ ଏକ ଅନ୍‌ଲାଇନ୍‌ ଆକ୍ରମଣ ନୁହେଁ, ବରଂ କାଉଣ୍ଟର୍‌ ଆକ୍ରମଣ ବୋଲି କହିପାରନ୍ତି।

    ୨୩ଟି ଭାରତୀୟ ପୁଲିସ୍‌ ଷ୍ଟେସନ୍‌କୁ ଟାର୍ଗେଟ କରିଥିବା ପାକିସ୍ତାନୀ ହାକ୍‌ଭିଷ୍ଟ୍‌ ଗ୍ରୁପ୍‌ ‘ଟିମ୍‌ ଇନ୍‌ସାନେ ପିକେ’ ଦ୍ବାରା ହୋଇଥିବା ଏହି ଆକ୍ରମଣର ଜବାବ ଦେଇଛି ଭାରତର ‘କେରଳ ସାଇବର୍‌ ଏକ୍ସଟ୍ରାକ୍ଟର’ । ଆପଣ ଜାଣିଥିବେ ନିଶ୍ଚୟ ଯେ, ଗତ କିଛି ମାସ ହେଲା ଭାରତୀୟ ସାଇବର ସ୍ପେସ୍ ଉପରେ ସାଇବର ଆକ୍ରମଣରେ ବୃଦ୍ଧି ଘଟିଛି। ଏହି ଆକ୍ରମଣ କେବଳ ପାକିସ୍ତାନୀ ହ୍ୟାକରଙ୍କ ଠାରୁ ନୁହେଁ, ବରଂ ଇଣ୍ଡୋନେସିଆ, ବାଂଲାଦେଶ ଏବଂ ସୁଦାନ ଭଳି ବିଭିନ୍ନ ଇସଲାମ ଦେଶରେ ରହିଥିବା ବିଭିନ୍ନ ହ୍ୟାକ୍ଟିଭିଷ୍ଟ ଗୋଷ୍ଠୀ ପକ୍ଷରୁ ହେଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook