Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଳିଗଲେ ୪ ଶ୍ରମିକ

    Share on :
    ajab-Image
    Date: May 11, 2023    Views: 4932

    ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ବରେଲିର ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରିରେ ଗତ ରାତିରେ ଭୟଙ୍କର ନିଆଁ ଲାଗି ୪ ଶ୍ରମିକ ଜୀଅନ୍ତା ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଜଣେ ଶ୍ରମିକ ଏବେବି ନିଖୋଜ ଅଛନ୍ତି। ନିଆଁର ତୀବ୍ରତା ଏତେ ତୀବ୍ର ଥିଲା ଯେ, କିଲୋମିଟର ବ୍ୟାପୀ ଧୂଆଁ ମାଡ଼ି ଯାଇ ଚାରିଆଡ଼େ ଅନ୍ଧକାର ହୋଇ ଯାଇଥିଲା।ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରିରେ ଗତ ରାତିରେ ପ୍ରାୟ ୧୫୦ ପାଖାପାଖି ଶ୍ରମିକ କାମ କରୁଥିଲେ। ଗତ ରାତିରେ ହଠାତ୍‌ କମ୍ପାନୀ ପରିସରରେ ଏକ ଭୟଙ୍କର ଶବ୍ଦ ହେବା ସହ ନିଆଁ ଲାଗିଥିଲା। ଏହା ଆଖି ପିଛୁଳାକେ ଚାରିଆଡ଼କୁ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ବାହାରକୁ ବାହାରି ପାରି ନ ଥିଲେ।ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, କମ୍ପାନୀରେ ଲାଗିଥିବା ଲୁହା ବିମ୍‌ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଖସିବାକୁ ଲାଗିଲା। ଫଳରେ ତା’ ତଳେ ଚାପି ହୋଇ ୪ ଶ୍ରମିକ ଆଖି ବୁଜିଦେଲେ। ଏପରିକି କମ୍ପାନୀ ପରିସର ସଙ୍ଗେ ସଙ୍ଗେ ଭଗ୍ନ ସ୍ତୁପରେ ପରିଣତ ହୋଇଗଲା। ଉକ୍ତ ସ୍ତୁପ ତଳେ ବହୁ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଖବର ପାଇ ତୁରନ୍ତ ଫରିଦପୁର, ବରେଲି ଅଞ୍ଚଳରୁ ୧୨ଟି ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। ଏହାପରେ ତା’ ଭିତରୁ ଶ୍ରମିକଙ୍କୁ ଖୋଜି ବାହାର କରିବା ଏକ ଚ୍ୟାଲେଞ୍ଜ ପାଲଟିଥିଲା। ଗ୍ୟାସ୍‌ କଟରରେ ତତଲା ଲୁହା ବିମ୍‌କୁ କାଟି ତା’ ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲେ। ଏଥିସହ ୩ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook