Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ନବୀନ-ମୋଦୀ ଭେଟ

    Share on :
    ajab-Image
    Date: May 11, 2023    Views: 4423

    ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ ଦିନିଆ ଗସ୍ତ‌ରେ ଆସି ବୁଧବାର ଦିନ ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।

    ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଅବସରରେ ସେ ରାଜ୍ୟ ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି। ହେଲେ ନିର୍ଦ୍ଦିଷ୍ଟ ଭାବେ ସେ କେଉଁ ସବୁ ଦାବି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ କୌଣସି ସୂଚନା ଦେଇନାହାନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦିଲ୍ଲୀରେ ଓଡ଼ିଶାର କେନ୍ଦ୍ର ନିକଟରେ ପଡ଼ିରହିଥିବା ବିଭିନ୍ନ ପ୍ରସ୍ତାବ ଓ ଦାବିଗୁଡ଼ିକର ସମୀକ୍ଷା କରିବେ। ଏଥି ସହିତ ଦିଲ୍ଲୀ ରହଣି କାଳରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହିତ ସାକ୍ଷାତ ଆଲୋଚନା କରିବାର ସମ୍ଭାବନା ମଧ୍ୟ ରହିଛି। ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook