Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କର୍ଣ୍ଣାଟକ ନିର୍ବାଚନ : ସକାଳ ୯ଟା ସୁଦ୍ଧା ୮.୨୬ ପ୍ରତିଶତ ମତଦାନ

    Share on :
    ajab-Image
    Date: May 10, 2023    Views: 4507

    ନୂଆଦିଲ୍ଲୀ:କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ ।  ସକାଳ ୯ଟା ସୁଦ୍ଧା ୮ଦଶମିକ ୨୬ ପ୍ରତିଶତ ମତଦାନ ହୋଇଛି ।
    ଚଳିତ ଥର ନିର୍ବାଚନ ମଇଦାନରେ ମୋଟ୍ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଥିବା ବେଳେ ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ସେହିପରି ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି । ରାଜ୍ୟରେ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେଉଛନ୍ତି ।

    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିରୁପ୍ପା, କର୍ଣ୍ଣାଟକର ମନ୍ତ୍ରୀ ସି.ଏନ୍ ଅଶ୍ୱସ୍ଥ, ଅଭିନେତା ପ୍ରକାଶ ରାଜ ପ୍ରମୁଖ ସକାଳୁ ସକାଳୁ ଭୋଟ୍ ଦେଇଛନ୍ତି । ୟେଦିରୁପ୍ପା କହିଛନ୍ତି ୭୫ରୁ ୮୦ ପ୍ରତିଶତ ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି । ଦଳ ୧୩୦ରୁ ୧୩୫ ଆସନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook