ମୁଖ୍ୟ ଖବର
ତିରୁଅନନ୍ତପୁରମ୍ : କେରଳର ମାଲାପୁରମ୍ ଜିଲ୍ଲା ତନୁର୍ ନିକଟସ୍ଥ ଅତୁମବ୍ରାମ୍ ଥୋବାଲ୍ ଥେରାମ୍ଠାରେ ଏକ ପର୍ୟ୍ୟଟକ ଡଙ୍ଗା ବୁଡ଼ିଯିବାରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ଓ ଏବେ ମଧ୍ୟ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆରବ ସାଗର ସହ ନଦୀର ମିଶ୍ରଣ ସ୍ଥାନରେ ଡଙ୍ଗାଟି ରବିବାର ସନ୍ଧ୍ୟା ବେଳେ ବୁଡ଼ି ଯାଇଥିଲା । ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଯାଉଥିବା ଜଣାପଡ଼ିଛି। କେରଳର ନୌକା ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ନୌକା ଦୁର୍ଘଟଣାରେ ଲୋକମାନଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ । ମୃତକମାନଙ୍କ ପରିବାରଗୁଡ଼ିକୁ ସେ ସମବେଦନା ଜଣାଇଛନ୍ତି ଏବଂ ଶୋକ ବ୍ୟକ୍ତ କରିଛନ୍ତି । ଆହତ ଲୋକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ରାଷ୍ଟ୍ରପତି ବାର୍ତ୍ତା ପଠାଇଛନ୍ତି ।
ଶୋକ ସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି।
Comments ସମସ୍ତ ମତାମତ 0