Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସପିଂମଲ୍‌ରେ ଗୁଳିମାଡ଼; ୯ ମୃତ

    Share on :
    ajab-Image
    Date: May 7, 2023    Views: 4464

    ଓ୍ବାଶିଂଟନ: ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ । ଏକ ସପିଂମଲରେ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ଜଣେ ଛୋଟ ପିଲା ସହିତ ୯ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଟେକ୍ସାସର ଏଲନରେ ଥିବା ପ୍ରିମିୟମ ଆଉଟଲେଟ୍‌ସ ମଲରେ ଜଣେ ସନ୍ଦିଗ୍ଧ ଗୁଳିମାଡ଼ କରିଥିଲେ ।  ଖବର ପାଇ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସର ପାଲଟା ଆକ୍ରମଣରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି ।କାଁଲିନ୍ କାଉଣ୍ଟିର ଜଣେ ପ୍ରମୁଖ ଅଧିକାରୀଙ୍କ ସୂଚନା ମୁତାବକ, ଦୁର୍ବୃତ୍ତର ଗୁଳିମାଡ଼ରେ ଗୋଟିଏ ଛୋଟ ପିଲା ସହିତ ପ୍ରାୟ ୯ଜଣ ପ୍ରାଣ ହରାଇଛନ୍ତି । ଏଲନ୍ ପୋଲିସ ମଲ୍‌କୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ କରୁଛି । କିଛି ଲୋକ ଏବେବି ମଲ୍ ଭିତରେ ଫଶି ରହିଛନ୍ତି ।
    ସୋସିଆଲ୍ ଭାଇରାଲ୍ ହେଉଥିବା ଭିଡିଓ ଅନୁଯାୟୀ, ମଲ୍ କର୍ମଚାରୀମାନେ ସପିଂମଲ୍ ଭିତରେ ଶରଣ ନେଇଥିବା ଦେଖିବାକୁ ମିଳିଛି । ଗୁଳିମାଡ଼ ଶବ୍ଦ ଶୁଣି ଜଣେ ବ୍ୟକ୍ତି ଦୋକାନୀ ଭିତରେ ଶୋଇଯାଇଥିଲେ । ସେପଟେ ପୋଲିସ ଲୋକଙ୍କୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook