Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉଠିଲା ନିଷେଧାଦେଶ; ‘ଫେସ୍‌ବୁକ୍‌’କୁ ଫେରିଲେ ଟ୍ରମ୍ପ୍‌

    Share on :
    ajab-Image
    Date: Mar 18, 2023    Views: 4890

    ୱାସିଂଟନ୍‌: ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ‘ଫେସ୍‌ବୁକ୍‌’ରୁ ୨ ବର୍ଷ ନିଷିଦ୍ଧ କରାଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ପ୍ରଥମ ପୋଷ୍ଟ୍‌ ସେୟାର୍‌ କରିଛନ୍ତି।୧୨ ସେକେଣ୍ଡ୍‌ର ଗୋଟାଏ ଭିଡିଓ କ୍ଲିପ୍‌ ସହିତ ଉକ୍ତ ପୋଷ୍ଟ୍‌ରେ ଟ୍ରମ୍ପ୍‌ ଲେଖିଛନ୍ତି: ମୁଁ ଫେରି ଆସିଛି। ଉକ୍ତ ଭିଡିଓଟି ତାଙ୍କର ୨୦୧୬ ନିର୍ବାଚନ ବିଜୟ ପରବର୍ତ୍ତୀ ଭାଷଣ ପରି ମନେହେଉଛି। ଏହାଛଡ଼ା, ଏହି ଭିଡିଓରେ ସେ ୨୦୧୪ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭର ଆଭାସ ବି ଦେଇଛନ୍ତି। ୨୦୧୬ ଭିଡିଓ ଶେଷରେ ଟ୍ରମ୍ପ୍‌ ତାଙ୍କର ପ୍ରସିଦ୍ଧ ସ୍ଲୋଗାନ୍‌ ‘ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌’ ବା ‘ମାଗା’ ରଖିଛନ୍ତି। ସେତେବେଳେ ଏହି ସ୍ଲୋଗାନ୍‌ ଖୁବ୍ ଲୋକପ୍ରିୟ ହୋଇଥିଲା।ଆଗରୁ ଫେବ୍ରୁଆରି ମାସରେ ‘ମେଟା’ ଟ୍ରମ୍ପ୍‌ଙ୍କ ‘ଫେସ୍‌ବୁକ’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ ଆକାଉଣ୍ଟ୍‌ ସଚଳ କରିଥିଲା। ‘ମେଟା’ର ପଲିସି କମ୍ୟୁନିକେସନ୍‌ ନିର୍ଦେଶିକା ଆଣ୍ଡି ଷ୍ଟୋନ୍‌ ମଧ୍ୟ ଏ କଥା ସୁନିଶ୍ଚିତ କରିଥିଲେ ବୋଲି ‘ଏନ୍‌ବିସି ନିଉଜ୍‌’ ରିପୋର୍ଟ କରିଥିଲା।
    ସ୍ମରଣଯୋଗ୍ୟ, ୨୦୨୧ ଜାନୁଆରି ୬ ତାରିଖ ଦିନ ‘କ୍ୟାପିଟଲ୍‌’ ଦଙ୍ଗା ଘଟଣା ପରେ ‘ଫେସ୍‌ବୁକ୍‌’ ଓ ‘ଇନ୍‌ଷ୍ଟାଗ୍ରାମ୍‌’ରେ ଥିବା ଟ୍ରମ୍ପ୍‌ଙ୍କର ଆକାଉଣ୍ଟ୍‌ଗୁଡ଼ିକୁ ‘ମେଟା’ ଅଚଳ କରି ଦେଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook