Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢୁଛି କରୋନା, ୬ ରାଜ୍ୟକୁ କେନ୍ଦ୍ରର ଚିଠି

    Share on :
    ajab-Image
    Date: Mar 17, 2023    Views: 4993

    ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ୨୪ ଘଂଟାରେ ୭୫୪ ନୂଆ ମାମଲା ଚିହ୍ନଟ ହୋଇଛି । ଯାହାକି ୪ ମାସ ପରେ ସର୍ବାଧିକ । ସଂକ୍ରମଣ ବଢ଼ୁଥିବାରୁ ଦେଶର ୬ ରାଜ୍ୟକୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ କର୍ଣ୍ଣାଟକରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏହି ରାଜ୍ୟ ଗୁଡ଼ିକୁ ଚିଠି ଲେଖିଛନ୍ତି ।

    କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଏହି ଚିଠିରେ ୬ରାଜ୍ୟକୁ ୫ ସୂତ୍ରୀ ବା ଟେଷ୍ଟ, ଟ୍ରାକ, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ଅନୁରୂପ ବ୍ୟବହାର କରିବାକୁ କୁହାଯାଇଛି । ଗତ କିଛି ମାସ ହେଲା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ କୋଭିଡ୍ ବିରୋଧରେ ଲଢ଼େଇକୁ ଆଦୌ ହାଲୁକା ଭାବେ ନନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook