Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡିଓ

    Share on :
    ajab-Image
    Date: Mar 16, 2023    Views: 4720

    ଭଦ୍ରକ :  ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଲେ ବିଡ଼ିଓ । ଗ୍ରାମବାସୀଙ୍କ ଉପସ୍ଥିତିରେ ମାଡ଼ ମାରିଛନ୍ତି । ବିଦ୍ୟାଳୟରେ ୫-ଟି କାର୍ୟ୍ୟକୁ ସ୍ଥଗିତ ନରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ମାଡ଼। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଡ଼ିଓ ପ୍ରଦୀପ ସେଠୀ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହେଉଛି ।
    ଖବର ଅନୁଯାୟୀ, ବନ୍ତ ବ୍ଲକ ସିଆଳିଆ ବିଦ୍ୟାଳୟରେ ୫-ଟି କାର୍ୟ୍ୟ ସ୍ଥଗିତ ହୋଇଥିଲା । ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା। ପୁଣି ଶିକ୍ଷକ ବଦଳି ବାତିଲ ପାଇଁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ଆଜି ବିଡ଼ିଓ ଏବଂ କେଟୱକ୍‌ ଅଧିକାରୀ ସିଆଳିଆ ସ୍କୁଲକୁ ଯାଇଥିବା ବେଳେ ସ୍କୁଲ କମିଟି ସଦସ୍ୟ ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ଯୁକ୍ତି ବେଳେ ବିଡ଼ିଓ ପ୍ରଦୀପ ସେଠୀ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକଙ୍କୁ ଚାପୁଡ଼ା ମାରିଥିଲେ । ଘଟଣାସ୍ଥଳରେ ଉତ୍ତେଜନାକୁ ଦେଖି ବିଡ଼ିଓ ଅନ୍ୟମାନେ ଘଟଣାସ୍ଥଳରୁ ପଳାଇଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook