Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳାଙ୍କୁ ଦଳି ଦେଲା ଦନ୍ତା

    Share on :
    ajab-Image
    Date: Mar 16, 2023    Views: 5061

    ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜରେ ଦନ୍ତା ଆତଙ୍କ ଦେଖାଦେଇଛି । ଗତ ୧୨ ଘଣ୍ଟା ମଧ୍ୟରେ ଦନ୍ତାହାତୀ ୨ ଜଣଙ୍କ ଜୀବନ ନେଇଛି । ଗୁରୁବାର ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର ଗାଁ ପୁରୁଣାପାଣି ନିକଟରେ ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା। ମୃତକ ବାରିହାପୁର ପଞ୍ଚାୟତ ଚକ୍ରଧରପୁର ଗାଁର ଅପାରି ମାଝୀ। ଚାଷ ଜମିକୁ ଯାଇଥିବା ବେଳେ ଦନ୍ତା ତାଙ୍କୁ ଦଳି ଦେଇଥିବା ସୂଚନା ମିଳିଛି।

    ସେହିପରି ବୁଧବାର ରାତିରେ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ଗୋଳାଗାଡ଼ିଆ ଗାଁ ପାଖ ପିଢ଼ ନିକଟରୁ ଛେଳି ଚରାଳି ଶରତ ଧଳଙ୍କର ମୃତଦେହ କ୍ଷତବିକ୍ଷତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ମହାବିରୋଡ଼ ରେଞ୍ଜରେ ଦନ୍ତା ଉତ୍ପାତ ନେଇ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି । ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook