Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଧାନସଭାରେ ଲଡ଼ୁ ଫିଙ୍ଗାଫିଙ୍ଗି

    Share on :
    ajab-Image
    Date: Mar 16, 2023    Views: 5091

    ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ରାଉଜ ଏଭେନୁ୍ୟ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପତ୍ନୀ ରାବଡ଼ି ଦେବୀ ଏବଂ ଝିଅ ମିସା ଭାରତୀଙ୍କୁ ଜାମିନ ମଂଜୁର କରିଛନ୍ତି । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସେମାନଙ୍କୁ ଜାମିନ ଦେଇଛନ୍ତି । ଆଜି ସକାଳେ ସେମାନେ କୋର୍ଟରେ ହାଜର ହୋଇଥିଲେ । ଆର୍ଜେଡି ସୁପ୍ରିମଙ୍କୁ ହ୍ୱିଲଚେୟାରରେ ଦେଖିବାକୁ ମିଳିଥିଲା ।

    ମିଳିଥିବା ସୂଚନାନୁଯାୟୀ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଆଗକୁ କୋର୍ଟରୁମରେ ନିଜେ ହାଜର ହେବେ କି ନା’ ସେନେଇ ତାଙ୍କ ଡ଼ାକ୍ତରମାନେ ନିଷ୍ପତ୍ତି ନେବେ । ଲାଲୁ, ରାବଡ଼ି ଓ ମିସାଙ୍କୁ ଜାମିନ ମିଳିବା ଖୁସିରେ ଜନୈକ ଆରଜେଡ଼ି ବିଧାୟକ ବିହାର ବିଧାନସଭାରେ ଲଡ଼ୁ ବାଣ୍ଟିବା ପରେ ବିଜେପି ବିଧାୟକମାନେ ଏହାକୁ ବିରୋଧ କରିଥିଲେ । ଦୁଇଦଳର ନେତାଙ୍କ ଭିତରେ ଏହାକୁ ନେଇ ଲଢେ଼ଇ ଚାଲିଥିବା ବେଳେ ବିଧାନସଭାରେ ଲଡ଼ୁ ଫିଙ୍ଗାଫିଙ୍ଗି ହେବା ଦେଖିବାକୁ ମିଳିଥିଲା । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook