Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠୁ ଖଦିମେଳା

    Share on :
    ajab-Image
    Date: Mar 14, 2023    Views: 4838

    ଭୁବନେଶ୍ୱର : ଖାରବେଳ ନଗର ସ୍ଥିତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍ ପରିସରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ଖଦି ମେଳା । ଓଡ଼ିଶା ସହ ଅନ୍ୟ ରାଜ୍ୟର ବିଭିନ୍ନ ଗ୍ରାମ୍ୟ ଶିଳ୍ପୋଦ୍ୟୋଗୀ ସେମାନଙ୍କର ପାରମ୍ପରିକ  ସାମଗ୍ରୀ ସବୁ ଏହି ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରିବେ ବୋଲି ବୋଡର଼୍ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ବୋଡର଼୍ର ସଚିବ ସୁଦାମ ଚରଣ ମଣ୍ଡଳ, ଉପସଚିବ ସଞ୍ଜୟ କୁମାର ମିଶ୍ର ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ।

    ମେଳାରେ ୬୫ ରୁ ଅଧିକ ଷ୍ଟଲ୍ ବ୍ୟବସ୍ଥା କରାଯାଇଛି । ଲୋକେ ବିଭିନ୍ନ ଖଦି ଓ ଗ୍ରାମୋଦ୍ୟୋଗ ସାମଗ୍ରୀ ଯଥା ଘଣା ପେଡ଼ା ସୋରିଷ ତେଲ , ମହୁ , କନ୍ଧମାଳ ହଳଦୀ,ବିଭିନ୍ନ ମସଲା, ଆଚାର, ଧୂପକାଠି, ଚାନ୍ଦୁଆ , ଶାଢୀ, ଗାମୁଛା ଆଦି କିଣିପାରିବେ । ଏହା ସହିତ ଅରଟରେ ସୂତାକଟା , ତନ୍ତରେ ଲୁଗାବୁଣା ଆଦିର ଜୀବନ୍ତ ପ୍ରଦର୍ଶନର ଅନୁଭୂତି ସାଉଣ୍ଟି ପାରିବେ । ଏହା ସହ ପ୍ରତ୍ୟେକ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ । ଏହି ମେଳା ଅପରାହ୍ନ ୩ ଟାରୁ ରାତି ୯ ଘଟିକା ଯାଏଁ ଚାଲିବ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook