Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ କରୋନା ସଂକ୍ରମଣ ୫୦୦ ଟପିଲା

    Share on :
    ajab-Image
    Date: Mar 13, 2023    Views: 4950

    ନୂଆଦିଲ୍ଲୀ : ଦେଶରେ ୧୧୩ ଦିନ ପରେ ଦୈନିକ କରୋନା ସଂକ୍ରମଣ ୫୦୦ ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ୫୨୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଦେଶରେ ସକ୍ରିୟ ମାମଲା ଏବେ ୩୬୧୮ , ମୋଟ୍ ସଂକ୍ରମିତ ସଂଖ୍ୟା ୪,୪୬,୯୬,୪୯୨ ଏବଂ କରୋନା ମୃତ ସଂଖ୍ୟା ୫,୩୦,୭୮୧ ରହିଛି ।

    ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୮୦ % । ମୃତ ହାର ୧.୧୯ ପ୍ରତିଶତ । ୪,୪୧,୫୬,୦୯୩ ଜଣ କରୋନାରୁ ଆରୋଗ୍ୟ ହୋଇଛନ୍ତି । କିଛି ରାଜ୍ୟରେ କରୋନା ପଜିଟିଭ ହାର ବଢୁଥିବାରୁ କେନ୍ଦ୍ର ସରକାର ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି ।

    ତାଛଡ଼ା ଋତୁକାଳୀନ ଇନ୍ଫ୍ଲଏଞ୍ଜା ବି ଭୂତାଣୁଙ୍କ ଭିକ୍ଟୋରିଆ ଓ ୟମାଗତା କିସମ ସମ୍ପ୍ରତି ସଂକ୍ରମଣ ବୃଦ୍ଧି ଦେଖାଯାଉଛି। ତେଣୁ ଏହିସବୁ ଥଣ୍ଡାଜ୍ୱରକାରକ ଭୂତାଣୁ ମାନଙ୍କ ପ୍ରତି ସତର୍କ ରହିବାକୁ ଓ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।     

    Maximum 500 characters

    ଦେଶ ବିଦେଶ View all

    Find Us on Facebook