Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଣମାଧ୍ୟମ ସଂସ୍ଥାକୁ ଏଭଳି ନିବେଦନ କଲେ ରାଷ୍ଟ୍ରପତି

    Share on :
    ajab-Image
    Date: Mar 13, 2023    Views: 4902

    ନୂଆଦିଲ୍ଲୀ : ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଗଣମାଧ୍ୟମ ସଂସ୍ଥାଗୁଡିକୁ ନିବେଦନ କରିଛନ୍ତି। ନବଭାରତ ଟାଇମ୍ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଏକ ମହିଳା ବାଇକ ଶୋଭାଯାତ୍ରାକୁ ଆଭାସି ମାଧ୍ୟମରେ ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଗଣମାଧ୍ୟମଗୁଡିକ ସେମାନଙ୍କ ଖବର, ବିଜ୍ଞାପନ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବା ଦରକାର। ମହିଳାଙ୍କ ସମ୍ମାନକୁ କ୍ଷତି ପହଞ୍ଚାଉଥିବା ପ୍ରତିଟି କାର୍ୟ୍ୟରୁ ନିବୃତ୍ତ ରହିବା ପ୍ରତ୍ୟେକ ଭାରତୀୟଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। ରାଷ୍ଟ୍ରପତି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଓ ସମ୍ବେଦନଶୀଳ ହେବାର ଶିକ୍ଷା ପରିବାରରୁ ହିଁ ମିଳିଥାଏ। ମା ଓ ଭଉଣୀମାନେ ସେମାନଙ୍କ ପୁଅ ଓ ଭାଇଙ୍କୁ ମହିଳାଙ୍କୁ ସମ୍ମାନ ଦେବାର ମୂଲ୍ୟବୋଧ ଶିଖାଇବା ଦରକାର। ସେହିପରି ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଏହି ଶିକ୍ଷା ଦେବା ଦରକାର।

    Maximum 500 characters

    ଦେଶ ବିଦେଶ View all

    Find Us on Facebook