Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସି ଜିନ୍‌ପିଙ୍ଗ୍‌ଙ୍କୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

    Share on :
    ajab-Image
    Date: Mar 10, 2023    Views: 4729

    ବେଜିଙ୍ଗ୍‌: ଚୀନ୍‌ର ସଂସଦ ସର୍ବସମ୍ମତିକ୍ରମେ ସି ଜିନ୍‌ପିଙ୍ଗ୍‌ଙ୍କୁ ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ତଥା ଦେଶର ‘ସେଣ୍ଟ୍ରାଲ୍‌ ମିଲିଟାରି କମିସନ୍‌’ର ଅଧ୍ୟକ୍ଷ ଆସନ ଗ୍ରହଣ କରିବାକୁ ଭୋଟ୍ ଦେଇଛନ୍ତି।
    ସେ ଆଗାମୀ ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ହୋଇ ରହିବେ। ଏହାଛଡ଼ା, ୱାଙ୍ଗ୍‌ କିଶାନ୍‌ଙ୍କ ସ୍ଥାନରେ ବିଦାୟୀ କାର୍ୟ୍ୟନିର୍ବାହୀ ଉପ-ପ୍ରଧାନମନ୍ତ୍ରୀ ହାନ୍‌ ଝେଙ୍ଗ୍‌ଙ୍କୁ ସି ଜିନ୍‌ପିଙ୍ଗ୍‌ ଉପରାଷ୍ଟ୍ରପତି ଭାବେ ମନୋନୀତ କରିଛନ୍ତି। ତାଙ୍କ ମନୋନୟକୁ ମଧ୍ୟ ପ୍ରତିନିଧି ଦଳ ସମର୍ଥନ କରି ଭୋଟ୍‌ ଦେଇଛନ୍ତି।
    ଏଥର ଚୀନ୍‌ର ରାଷ୍ଟ୍ରପତି ନିର୍ବାଚନରେ ସି ଏକାକୀ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ଦେଶର ମୁଖ୍ୟ ଭାବେ ତାଙ୍କୁ ନିର୍ବାଚିତ କରିବାକୁ ଥିଲେ ୨,୯୫୨ଜଣ ପ୍ରତିନିଧି। ସମସ୍ତ ପ୍ରତିନିଧି ସି’ଙ୍କୁ ଭୋଟ୍ ଦେଇଛନ୍ତି। କେହି ଜଣେ ହେଲେ ବି ଭୋଟ୍‌ଦାନରୁ ନିବୃତ୍ତ ରହିନାହାନ୍ତି କି, ତାଙ୍କ ବିରୋଧରେ ଭୋଟ୍‌ ଦେଇ ନାହାନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook