Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିର୍ବାଚନ ପୂର୍ବରୁ ଶକ୍ତ ଝଟକା ଦେଲେ ମମତା, କାହାକୁ ଜାଣନ୍ତୁ

    Share on :
    ajab-Image
    Date: Mar 3, 2023    Views: 4807

    ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଆଗରୁ ବିରୋଧୀମାନେ ଏକଜୁଟ ଉଦ୍ୟମକୁ ନେଇ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବଡ ବୟାନ ଦେଇଛନ୍ତି । କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ ନାହିଁ । ତାଙ୍କ ଦଳ ଲୋକଙ୍କ ସହ ମେଣ୍ଟ କରିବ । ମମତାଙ୍କ ଏପରି ବୟାନ ବିଜେପିକୁ ରୋକିବା ପାଇଁ ସବୁ ବିରୋଧୀ ଦଳ ଏକଜୁଟ ହେବା ପାଇଁ ଚାଲିଥିବା ଉଦ୍ୟମକୁ ଶକ୍ତ ଝଟକା ବୋଲି ବିଚାର କରାଯାଉଛି ।
    ମାର୍ଚ୍ଚ ୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସପା ମୁଖ୍ୟ ଅଖିଳେଶ ଯାଦବ, ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ନେସନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ସାମିଲ ହୋଇଥିଲେ । ବିରୋଧୀ ଦଳ ଏକଜୁଟ ହୋଇ ବିଜେପି ସହ ଲଢିବାକୁ ପ୍ରସ୍ତୁତି ଚଲାଇଥିବା ବେଳେ ମମତାଙ୍କ ଆଭିମୁଖ୍ୟ ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି କରିଛି ।
    ଅନ୍ୟପଟେ କଂଗ୍ରେସ ଅଧିର ରଞ୍ଜନ ଚୌଧୁରୀ ମମତାଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, ମମତାଙ୍କ ବୟାନରୁ ସ୍ପଷ୍ଟ ହେଉଛି, ବିଜେପି ସହ ଟିଏମସିର ଭିତିରି ବୁଝାମଣା ରହିଛି । ମମତାଙ୍କ ଏପରି ବୟାନ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ହେବେ । ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଏକଜୁଟ ହେଉଛନ୍ତି । ଏପରି ସମୟରେ ଟିଏମସି ବିଜେପି ସହ ବୁଝାମଣା କରି ମମତା ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ଅଧିର ରଞ୍ଜନ ଚୌଧୁରୀ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook