ମୁଖ୍ୟ ଖବର
ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଯାତ୍ରୀ ପରସା ଯାଉଥିବା ଖାଦ୍ୟରେ ପୋକ ବାହାରିବା ପରେ ଖାଦ୍ୟର ମାନକୁ ନେଇ ଏବେ ପ୍ରଶ୍ନ ଉଠିଛି । ମହାବୀର ଜୈନ ନାମକ ଜଣେ ବ୍ୟକ୍ତି ଏୟାର ଇଣ୍ଡିଆ ବିମାନରେ ବିଜିନେସ୍ କ୍ଳାସରେ ମୁମ୍ବାଇ ରୁ ଚେନ୍ନାଇ ଯାତ୍ରା କରୁଥିବା ସମୟରେ ତାଙ୍କୁ ପରସା ଯାଇଥିବା ଖାଦ୍ୟରେ ଏକ କୀଟ ଚାଲୁଥିବା ସେ ଦେଖିବାକୁ ପାଇଥିଲେ । ସେ ଏହି ଘଟଣାର ଭିଡ଼ିଓ ଉତ୍ତୋଳନ କରି ଟ୍ୱିଟରରେ ସେୟାର କରିଥିଲେ । ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ କର୍ତ୍ତୁପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ କ୍ଷମା ମାଗିଛନ୍ତି ।
Comments ସମସ୍ତ ମତାମତ 0