ମୁଖ୍ୟ ଖବର
ତ୍ରିପୁରା : ୨୦୧୮ ମସିହାରେ ତ୍ରିପୁରାରେ ବିଜେପି ବାଜିମାତ୍ କରିଥିଲା । ଏହି ସମୟରେ ବିପ୍ଲବ ଦେବ ହୋଇଥିଲେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ହେଲେ ଏହି ସମୟରେ ଦଳକୁ ଯିଏ ବଡ ବିଜୟ ଦେଇଥିଲେ, ସେ ହେଉଛନ୍ତି ମାନିକ ଶାହା । ଏହାପରେ ପରେ ୨୦୨୦ରେ ମାଣିକ ଶାହା ହୋଇଥିଲେ ଦଳର ନୂଆ ପ୍ରଦେଶ ଅଧ୍ୟକ୍ଷ । ତାଙ୍କୁ ସଙ୍ଗଠନ ଦାୟିତ୍ୱ ମିଳିବା ପରେ ଦଳ ବୁଥ୍ ସ୍ତରରେ ଅଧିକ ମଝବୁତ୍ ହେବାକୁ ପ୍ରୟାସ କରିବା ସହିତ ଗ୍ରାଉଣ୍ଡ ଜିରୋରେ କାମ କରିବା ଆରମ୍ଭ କରିଥିଲା । ଯେଉଁଥିପାଇଁ ଦଳର ସଙ୍ଗଠନ ତ୍ରିପୁରାରେ ଅଧିକରୁ ଅଧିକ ମଝବୁତ୍ ହୋଇଥିଲା ।
ବିଜେପିର ହାଇକମାଣ୍ଡ ବିପ୍ଲବ ଦେବଙ୍କୁ ନୂଆ ସିଏମ୍ ଚେହେରା କିଏ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତରରେ ନିଜେ ବିପ୍ଲବ ଦେବ ହିଁ ମାଣିକ ଶାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ନେଇଥିଲେ । ଏହା ପରେ ତୁରନ୍ତ ତ୍ରିପୁରାରେ ମାଣିକ ସରକାର ଗଠନ ହେବା ପକ୍କା ହୋଇଥିଲା ।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଅର୍ଥାତ ୨୦୨୩ରେ ବିଧାନସଭା ନିର୍ବାଚନ ଦେଖିବ ତ୍ରିପୁରା । ତେଣୁ ଏହାକୁ ଆଖି ଆଗରେ ରଖି, ଭୋଟରଙ୍କ ମନ ଜିଣିବାକୁ ବିଜେପି ଏହି ମାଷ୍ଟରଷ୍ଟ୍ରୋକ୍ ଖେଳିଥିଲା । ବିପ୍ଲବଙ୍କୁ ହଟେଇ ତ୍ରିପୁରାରେ ଆରମ୍ଭ ହୋଇଥିଲା ମାଣିକ ସରକାର । ତେବେ ଦଳର ଏହି ପ୍ଲାନ୍ କେତେ ଫଳପ୍ରଦ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ।
Comments ସମସ୍ତ ମତାମତ 0