Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡ଼ିଶା ସରକାର ଶିଳ୍ପପତିମାନଙ୍କ ପାଇଁ ପ୍ରତିଶ୍ରୁତି ବଦ୍ଧ:ନବୀନ

    Share on :
    ajab-Image
    Date: Dec 1, 2022    Views: 3463

    ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଆଜି ଦ୍ୱିତୀୟ ଦିନ । କନକ୍ଲେଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ପୁଞ୍ଜିନିବେଶ ମାନଙ୍କୁ ସ୍ବାଗତ କରି ବହୁତ ଖୁସି ଥିବା କହିଛନ୍ତି । ତାହା ସହ ଓଡ଼ିଶା ସରକାର ଶିଳ୍ପପତି ମାନଙ୍କ ପାଇଁ ପ୍ରତିଶ୍ରୁତି ବଦ୍ଧ । ଖାଲି ସେତିକି ନୁହେଁ ନିବେଶକଙ୍କ ପାଇଁ ରାଜ୍ୟ ସରକାର ସର୍ବୋତ୍ତମ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।

    ଆମ ପ୍ରଦର୍ଶନ ଉପରେ ଦୁଇ ଦଶନ୍ଧି ଧରି ରାଜ୍ୟବାସୀ ମୋହର ମାରିଚାଲିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିଳ୍ପପ୍ରତିଷ୍ଠା ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ଦିନରେ ଉଦବୋଧନ ଦେଇଛନ୍ତି । ସେହିପରି କନକ୍ଲେଭରେ ରାଜ୍ୟର କିଛି ସଫଳ ଯୋଜନା କଥା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ।

    ବିଏସକେଓ୍ୱାଇ, ୫ଟି ଓ ମୋ ସରକାରର ସଫଳ କଥା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶରେ ରାଜ୍ୟ ଆଗେଇଛି । ମିଶନ ଶକ୍ତି ମାଧ୍ୟମରେ ୭୫ଲକ୍ଷ ମହିଳା ସ୍ୱାବଲମ୍ବି ହୋଇଛନ୍ତି । ସ୍ୱାସ୍ଥ୍ୟ ସେବା ​‌କ୍ଷେତ୍ରରେ ବିଏସକେଓ୍ୱାଇ ଏକ ମାଇଲଖୁଣ୍ଡ ପାଲଟିଛି ବୋଳି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook