Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ

    Share on :
    ajab-Image
    Date: Dec 1, 2022    Views: 3818

    ରାଉରକେଲା : ଓଡିଶା ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା ଥାନା ଅନ୍ତର୍ଗତ ସର୍ଜନଗୁରୁ ଜଙ୍ଗଲରେ ଗୁରୁବାର ସକାଳେ ମାଓବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି। ମାଓ ନେତା ଅନମୋଲ ଓରଫ ସମରଜୀ ନିଜ ଗ୍ରୁପ ସହ ସର୍ଜନ ଗୁରୁ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ସିଆରପିଏଫ ଓ ସ୍ୱତନ୍ତ୍ର ପୁଲିସ ଟିମ୍ ସେଠାରେ କମ୍ବିଂ ଅପରେସନ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ସେମାନଙ୍କ ଉପରକୁ ଗୁଳି ଚାଳଇଥିଲେ। ଯବାନମାନେ ଏହାର ପ୍ରତି ଜବାବ ଦେଇଥିଲେ। ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ କେତେ ଜଣ ଆହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଗୁଳି ଚାଳନା ସମ୍ପର୍କରେ ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook