Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଗର୍ଭାବସ୍ଥାରେ ଶୁଣନ୍ତୁ ସଂଗୀତ

    Share on :
    ajab-Image
    Date: Dec 1, 2022    Views: 2769

    ଭୁବନେଶ୍ୱର: ଗର୍ଭବତୀ ମହିଳାଙ୍କ ମାନସିକ ସ୍ଥିତି ଠିକ୍ ରହିବା ଜରୁରୀ । ନଚେତ ଗର୍ଭାସ୍ଥ ପିଲା ଉପରେ କୁପ୍ରଭାବ ପଡ଼ିଥାଏ । ମା’ ଅଶାନ୍ତ ରହିଲେ ଶିଶୁ ବିକାଶରେ ବାଧା ହେବା ସହ ପିଲା ଜନ୍ମ ପରେ ମଧ୍ୟ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ । ଗର୍ଭବତୀ ମହିଳାଙ୍କ ଉପରେ ଅନୁସନ୍ଧାନା କରି ନିକଟରେ ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି, ସେମାନେ ସଙ୍ଗୀତ ଶୁଣିଲେ ପିଲା ଉପରେ ଭଲ ପ୍ରଭାବ ପଡେ଼ । 

    - ଗର୍ଭାବସ୍ଥାର ନବମ ସପ୍ତାହବେଳକୁ ଶିଶୁର କାନ ଗଢ଼ି ହୁଏ । ପ୍ରାୟ ୧୮ ସପ୍ତାହବେଳକୁ କାନ ପୂର୍ଣ୍ଣାଙ୍ଗ ରୂପ ନେଇଥାଏ । ଏହି ସମୟରୁ ମା’ମାନେ ଗୀତ ଶୁଣିବା ଦରକାର । 

    - ଗୀତକୁ ଅଧିକ ଜୋରରେ ନଶୁଣି ଧୀରେ ଗୀତ ଶୁଣିବା ଉଭୟ ମା ଓ ପିଲାଙ୍କ ପାଇଁ ଭଲ ।

    - ଗୀତ ଶୁଣିଲେ ପିଲାଙ୍କୁ ମଧ୍ୟ ଆରାମ ମିଳିଥାଏ ବୋଲି ଅନୁଧ୍ୟାନରୁ ଜଣା ପଡିଛି । ଗର୍ଭ ଅବସ୍ଥା ଶିଶୁର  ପେଟ ଭିତରୁ ସମସ୍ତ ପ୍ରକାର ବୁକାଶ ହୁଏ । 

    - ଅଧିକ ଜୋରରେ ଗୀତ ଶୁଣିବା ଦ୍ୱାରା ଶିଶୁର କ୍ଷତି ହେବାର ଆଶଙ୍କା ରହିଥାଏ । ଏଣୁ ଶ୍ରୁତିମଧୁର, ଧୀର ସ୍ୱର ଗୀତ ମା ଶୁଣିବା ଉଚିତ ।

    - ବିଶେଷଜ୍ଞ ଦଳ କହିବାଅନୁଶାରେ  ଗର୍ଭଅବସ୍ଥାରେ ପୁରା ଦିନ  ଗୀତ ଶୁଣିଲେ କୌଣସି କ୍ଷତି ହୋଇ ନଥାଏ । ବରଂ ଏହି ଗୀତ ଶୁଣିଲେ ସେମାନଙ୍କର ମାନସିକ ଚାପ କମ ହୋଇଥାଏ । 

    Maximum 500 characters

    ବିଶେଷ View all

    Find Us on Facebook