ମୁଖ୍ୟ ଖବର
ପଦ୍ମପୁର: ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବା ପାଇଁ ବଡ଼ ଶୋଭା ଯାତ୍ରାରେ ବାହାରିଥିଲେ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଥାନ୍ତେ । କିନ୍ତୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଫେରି ଆସିଛନ୍ତି ପ୍ରଦୀପ ପୁରୋହିତ । ସୂଚନା ଅନୁସାରେ, ଚାଷୀମାନଙ୍କ ସମସ୍ୟା ସରକାର ବୁଝିନଥିବାରୁ ଶେଷ ମୁହୁର୍ତ୍ତରେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଆଜି ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଚାଷୀମାନଙ୍କର ଧାରଣାରେ ସାମିଲ ହୋଇ ସେମାନଙ୍କର ମତାମତରେ ୬ମିନିଟ ବ୍ୟବଧାନରେ ଫେରିଆସିଥିଲେ ପ୍ରଦୀପ ପୁରୋହିତ ।
ଅପରାହ୍ଣରେ ନାମାଙ୍କନ ଦାଖଲ କରିବାର କାର୍ୟ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିସେଶ୍ୱର ଟୁଡୁ ନାମାଙ୍କନ ଦାଖଲରେ ସାମିଲ ହୋଇଥାନ୍ତେ । ଏହା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବଲାଙ୍ଗୀର, ବରଗଡ ଓ କଳାହାଣ୍ଡିର ସାଂସଦ ଏବଂ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥାନ୍ତେ ।
Comments ସମସ୍ତ ମତାମତ 0