ମୁଖ୍ୟ ଖବର
କୋଣାର୍କ : କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ। ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟରେ ପ୍ରାୟ ଏକର ଜଙ୍ଗଲରେ ନିଆଁ ଲାଗି କାଜୁ ଓ ଝାଉଁ ଗଛ ଜଳିଯାଇଥିବା ଜଣାପଡିଛି। ରାମଚଣ୍ଡୀ ବୋଟ୍ ଚାଳକଙ୍କ ଠାରୁ ଖବରପାଇ କୋଣାର୍କ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଏବେ ବଣଭୋଜି ସମୟ ହୋଇଥିବାରୁ ଲୋକମାନେ ଭୋଜି କରି ନିଆଁ ଲିଭାଉ ନାହାଁନ୍ତି। ଯାହା ଫଳରେ ଜଙ୍ଗଲରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
Comments ସମସ୍ତ ମତାମତ 0