Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ମରାମତି କାମ ଆରମ୍ଭ

    Share on :
    ajab-Image
    Date: Nov 14, 2022    Views: 4766

    ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରରେ ଫାଟ ସୃଷ୍ଟି ହୋଇଥିବାର ଖବର ମିଳିଛି।  ଭିତର ପାର୍ଶ୍ଵରେ ବି ଅନେକ ଫାଟ ଦେଖିବାକୁ ମିଳୁଛି। ଏହାର ମରାମତି ଲାଗି ଏଏସଆଇ ପକ୍ଷରୁ ସିଂହଦ୍ୱାରରେ କାମ ଆରମ୍ଭ ହୋଇଛି। ଏହି କାରଣରୁ  ସିଂହଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଆଜି  ଉତ୍ତର ଦ୍ୱାର ବାଟେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।
    ଉଲ୍ଲେଖଯୋଗ୍ୟ, ଶ୍ରୀଲିଙ୍ଗରାଜ ମନ୍ଦିରର ମରାମତି ଠିକ୍ ଭାବେ କରାଯାଉ ନ ଥିବାରୁ ମନ୍ଦିର କାନ୍ଥରେ କ୍ଷତ ବଢ଼ିବାରେ ଲାଗିଛି। ମୁଖ୍ୟ ମନ୍ଦିରରୁ ପାଣି ଗଳିବା, ସିଂହଦ୍ବାର କବାଟରେ ଫାଟ ଓ ଆର୍ଥିଂ ନ ଥିବା ସମସ୍ୟା ପରେ ଏବେ ଆଉ ଏକ ସମସ୍ୟା ପଦାକୁ ଆସିଛି। ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ବାର ନିକଟ କାନ୍ଥରେ ଫାଟ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଲା ପୁରୁଣା ପିତଳ କବାଟ କିଳିଣି ଲାଗିଥିବା ସ୍ଥାନରୁ ମନ୍ଦିର ବେକି ପର୍ୟ୍ୟନ୍ତ ଫାଟ ଲମ୍ବିଛି। ଆଉ ଗର୍ଭଗୃହ ଦ୍ବାରବନ୍ଧରେ ସୃଷ୍ଟି ହୋଇଥିବା ଫାଟ ବଢ଼ିବାରେ ଲାଗିଛି। ପୂର୍ବରୁ ସରୁ ଥିବା ଏହି ଫାଟ ଏବେ କ୍ରମଶଃ ମେଲି ମେଲି ଆଁ କଲାଣି। 

    ମନ୍ଦିର ସିଂହଦ୍ବାରର ପ୍ରବେଶ ପଥ ଉପରେ ଥିବା ମଝି କଳସ କଡ଼ରେ ପଥରର ବଡ଼ ଫାଟ ରହିଛି। ଏହି ଫାଟ ଦିନକୁ ଦିନ ଲମ୍ବି ଚାଲିଛି। ସେହିପରି ସିଂହଦ୍ବାର ନିକଟରେ ଏବେ ନୂତନ କବାଟ ଲଗାଯିବା ପାଇଁ ପୁରୁଣା କବାଟକୁ ଖୋଲା ଯାଇଛି। ଏଠାରେ ଅସ୍ଥାୟୀ କବାଟ ଲଗାଯାଇଛି। ଏହି ଅସ୍ଥାୟୀ କବାଟ ଲଗାଇବା ବେଳେ ସିଂହଦ୍ବାର ନିକଟରେ କାନ୍ଥରେ ଫାଟ ସୃଷ୍ଟି ହୋଇଛି। 

    Maximum 500 characters

    ତାଜା ଖବର View all

    Find Us on Facebook