Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପରେଖ; ସମୀକ୍ଷା କଲେ ଭି.କେ ପାଣ୍ଡିଆନ୍

    Share on :
    ajab-Image
    Date: Nov 14, 2022    Views: 4951

    ଭୁବନେଶ୍ୱର: ବଦଳିବ ଶିଖରଚଣ୍ଡୀ ମନ୍ଦିରର ରୂପରେଖ । ଆଜି ଭୋରୁ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ସମୀକ୍ଷା କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ।

    ଆଙ୍କୁ ଦର୍ଶନ କରିବା ସହ ମନ୍ଦିରର ବିକାଶ ନେଇ କରିଛନ୍ତି ଆଲୋଚନା । ପାରିପାର୍ଶ୍ବକ ସ୍ଥଳ ବୁଲି ଦେଖିବା ସହ ହିଲଟପରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସ୍ଥାନକୁ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ହୋଇଛି ଆଲୋଚନା।

    ଏହାପରେ ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟି କାମର ସମୀକ୍ଷା କରିଥିଲେ  ଭି.କେ ପାଣ୍ଡିଆନ୍  । ସେହିପରି ଜାଆଁଳା ଅଲକରରେ ପ୍ରସ୍ତାବିତ ହେଲ୍ଥ ସିଟି ସ୍ଥଳକୁ ମଧ୍ୟ ଗସ୍ତ କରିଥିଲେ  ଭି.କେ ପାଣ୍ଡିଆନ୍  । ତାଙ୍କ ସହ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ମଧ୍ୟ ଉପସ୍ଥିତ ଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook