Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚଳନ୍ତା ବାଇକରୁ ପଡି ମହିଳା ମୃତ

    Share on :
    ajab-Image
    Date: Nov 14, 2022    Views: 5376

    ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ୬୫ନଂ ରାଜ୍ୟ ରାଜପଥର ଦୋରଡ ଓ ଗୋପିନାଥପୁର ମଧ୍ୟବର୍ତ୍ତୀ ପେଟ୍ରୋଲ ପମ୍ପ ନିକଟରେ ଏକ ଚଳନ୍ତା ବାଇକରୁ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ ଗ୍ରାମର କେଦାରେଶ୍ୱର ରାଉତଙ୍କ ପତ୍ନୀ ଯମୁନା ରାଉତ ଅସ୍ଥି ଚିକିତ୍ସା ପାଇଁ  ତାଙ୍କ ପୁଅ ବିକ୍ରମ ରାଉତଙ୍କ ସହ ଏକ ବାଇକରେ କୁଲାଇଲୋ ଯାଉଥିଲେ । ତେବେ କୌଣସି କାରଣରୁ ଗୋପିନାଥପୁର ନିକଟସ୍ଥ ଉକ୍ତ ପେଟ୍ରୋଲ ପମ୍ପ ନିକଟରେ ଯମୁନା ହଠାତ୍‍ ବାଇକରୁ ରାସ୍ତାରେ ଖସିପଡିଥିଲେ । ମୁଣ୍ଡରେ ଗୁରୁତର ଆଘାତ ଲାଗି ଆହତ ହୋଇଥିବା ଯମୁନାଙ୍କୁ ଆଠଗଡ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଠଗଡ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିଥିବା ଜଣାପଡିଛି ।

    Maximum 500 characters

    ତାଜା ଖବର View all

    Find Us on Facebook