Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

    Share on :
    ajab-Image
    Date: Nov 14, 2022    Views: 5431

    ବିଶାଖାପାଟଣା: ତେଲେଙ୍ଗାନାର ସୁର୍ୟ୍ୟପେଟ ଜିଲ୍ଲାର ମୁନାଗାଲା ନିକଟ ଜାତୀୟ ରାଜପଥ ଉପରେ ଏକ ଟ୍ରକ୍‌ ଓ ଟ୍ରାକ୍ଟର ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ଏକ ଛୋଟ ଛୁଆ ସହ ୫  ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି।
    ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାଯାଇଛି, ଟ୍ରାକ୍ଟରରେ ପ୍ରାୟ ୩୦ ଜଣ  ମୁନାଗାଲା ଉପକଣ୍ଠରେ ଥିବା ଆୟାପ୍ପା ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରି ଘରକୁ ଫେରୁଥିଲେ ।   ଟ୍ରାକ୍ଟରଟି ହାଇଦ୍ରାବାଦ-ବିଜୟୱାଡା ରାଷ୍ଟ୍ରୀୟ ଜନମାର୍ଗରେ ଭୁଲ୍‌ ରାସ୍ତାରେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ଟି ଟ୍ରାକ୍ଟରକୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲା।

    ଟ୍ରାକ୍ଟରରେ ଯାତ୍ରା କରୁଥିବା ସମସ୍ତ ବ୍ୟକ୍ତି ଛିଟିକି ଏଣେତେଣେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ପୁଲିସ୍‌କୁ ଫୋନ୍‌ କରିଥିଲେ। ଏହାପରେ ୨୦ ଆହତଙ୍କୁ ତୁରନ୍ତ ମେଡିକାଲ ପଠାଯାଇଥିଲା। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook