Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯଦି ମୋ ବୟାନ ରାଷ୍ଟ୍ରପତିଙ୍କୁ ଆଘାତ ଦେଇଥାଏ ତେବେ ମୁଁ ଅନୁତପ୍ତ: ଅଖିଲ ଗିରି

    Share on :
    ajab-Image
    Date: Nov 12, 2022    Views: 4553

    ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଆପତିଜନକ ଟିପ୍ପଣୀ । ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ମମତା ବାନାର୍ଜୀ ସରକାରରେ ଥିବା କ୍ୟାବିନେଟ ମନ୍ତ୍ରୀ ଅଖିଲ ଗିରି ଏଭଳି କିଛି ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ରାଷ୍ଟ୍ରପତିଙ୍କ ଚେହେରା ଉପରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି । କଟାକ୍ଷ କରି କହିଛନ୍ତି, ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ କରୁଛୁ, କିନ୍ତୁ ରାଷ୍ଟ୍ରପତି ଦେଖିବାକୁ କେମିତିକା ।

    ଏହି ଭିଡିଓ ସାମ୍ନାକୁ ଆସିବା ପରେ ଟିଏମସି ଏବଂ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛି ବିଜେପି । ମନ୍ତ୍ରୀ ଅଖିଲ ଗିରିଙ୍କ ଏହି ଭାଇରାଲ ଭିଡିଓ ନନ୍ଦିଗ୍ରାମରେ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳର ବୋଲି କୁହାଯାଉଛି । ପଶ୍ଚିମବଙ୍ଗ ବିଜେପି, ମମତା ବାନାର୍ଜୀ ଏବଂ ଟିଏମସିକୁ ଆଦିବାସୀ ବିରୋଧୀ ବୋଲି କହିିଛି । ବିଜେପିର ଅମିତ ମାଲବ୍ୟ ମଧ୍ୟ ଟ୍ୱିଟ୍ କରି ମମତା ବାନାର୍ଜୀଙ୍କୁ ଘେରିଛନ୍ତି । ସେ ଲେଖିଛନ୍ତି ଯେ ମମତା ବାନାର୍ଜୀ ସର୍ବଦା ଆଦିବାସୀ ବିରୋଧୀ ଏବଂ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁନାହାନ୍ତି ।
    ଅଖିଳ ଗିରିଙ୍କ ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପରେ ସଫେଇ ରଖିଛନ୍ତି ବିବାଦୀୟ ମନ୍ତ୍ରୀ । ବିବାଦ ବଢୁଥିବା ଦେଖି ସଫେଇ ରଖି କହିଛନ୍ତି, ସେ ରାଷ୍ଟ୍ରପତିଙ୍କୁ ସମ୍ମାନ ଦିଅନ୍ତି । ତେଣୁ ତାଙ୍କ ବୟାନ ଯଦି ରାଷ୍ଟ୍ରପତିଙ୍କୁ ଆଘାତ ଦେଇଥାଏ ତେବେ ସେ ଅନୁତପ୍ତ ।


    ମମତାଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ତାଙ୍କ ବିରୋଧରେୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପି ନେତା । ତାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ଜାତୀୟ ମହିଳା କମିଶନ, ପ୍ରଧାନମନ୍ତ୍ରୀ ଓ ପଶ୍ଚମବଙ୍ଗ ବିଧାନସଭା ବାଚସ୍ପତିଙ୍କୁ ଅନୁରୋଧ କରିଛି ଦଳ ।

    ରାଷ୍ଟ୍ରପତିଙ୍କୁ ମମତାଙ୍କ ମନ୍ତ୍ରୀଙ୍କ ତାତ୍ସଲ୍ୟ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ରଖିଛନ୍ତି ବିଜେଡି, କଂଗ୍ରେସ । ବିଜେଡି କହିଛି, କୌଣସି ମନ୍ତ୍ରୀ ଏଭଳି ବୟାନ ଦେବା ଉଚିତ ନୁହେଁ । ସଂପୃକ୍ତ ମନ୍ତ୍ରୀଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯାଉ । କଂଗ୍ରେସ ମଧ୍ୟ କାର୍ୟ୍ୟାନୁଷ୍ଠାନ ଦାବି କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook