Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ମାଣ୍ଡିଆ ଦିବସ, ସମର୍ଥନ ଦେଲା ଜାତିସଂଘ

    Share on :
    ajab-Image
    Date: Nov 10, 2022    Views: 4643

    ଭୁବନେଶ୍ୱର: ଆଜି ପାଳନ ହେଉଛି ମାଣ୍ଡିଆ ଦିବସ । ଏହି ଦିବସକୁ ଜାତିସଂଘ ଖାଦ୍ୟ ଏବଂ କୃଷି ସଙ୍ଗଠନ ସମର୍ଥନ ଜଣାଇଛି । ଲୋକସେବା ଭବନରେ ପାଳନ ହେବାକୁ ଥିବା ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଜାତିସଂଘ ଖାଦ୍ୟ ଏବଂ କୃଷି ସଙ୍ଗଠନର ଭାରତୀୟ ଅଧିକାରୀ ଯୋଗ ଦେବା ପାଇଁ ସହମତି ପ୍ରଦାନ କରିଛନ୍ତି । ସେହିପରି କୃଷି ବିକାଶ ଆନ୍ତର୍ଜାତୀୟ ପାଣ୍ଠିର ଭାରତ ନିଦେ୍ର୍ଧଶକ ୟୁଲାକ ଡେମିରାଗ୍ ଯୋଗ ଦେବେ ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନରେ ଯୋଡ଼ିହେବା ସହିତ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଅନୁସୂଚିତ ଜାତି ଓ ଜନଜାତି ସଚିବ ରୂପାରୋଶନ ସାହୁ, ଜାତିସଂଘ ଖାଦ୍ୟ ଏବଂ କୃଷି ସଙ୍ଗଠନର ଡ. କେଣ୍ଡା ରେଡ୍ଡୀ, ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ମନୋଜ ଆହୁଜା ପ୍ରମୁଖ ଯୋଗ ଦେବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ମାଣ୍ଡିଆ ଦିବସରେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଦେଶବିଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏହି ଅବସରରେ ସଫଳ ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସମ୍ପ୍ରସାରଣ ଅଧିକାରୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook