Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ପୁଟିନଙ୍କ ମୁହଁରେ ଭାରତର ପ୍ରଶଂସା

    Share on :
    ajab-Image
    Date: Nov 5, 2022    Views: 4692

    ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଭାରତୀୟ ମାନଙ୍କୁ ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ “ଦକ୍ଷ” ଏବଂ “ପ୍ରେରଣାଦାୟକ” ବୋଲି ବର୍ଣ୍ଣନା କରିଛନ୍ତି । ଏହି କଥାରେ କୌଣସି ସନ୍ଦେହ ନାହିଁ ଯେ, ଭାରତରେ ବହୁତ ପ୍ରକାର ସମ୍ଭାବନା ରହିଛି, ଆଉ ଏହା ବିକାଶ ରାସ୍ତାରେ ଉତକୃଷ୍ଟ ଫଳାଫଳ ହସଲ କରିବ । ନଭେମ୍ବର ୪ରେ ରୁଷ୍‌ର ଏକତା ଦିବସ ଅବସରରେ ରାଷ୍ଟ୍ରପତି ପୁଟିନ୍ ଭାରତର କ୍ଷମତାର ପ୍ରଶଂସା କରିଛନ୍ତି । ପ୍ରାୟ ୧.୫ ବିଲିୟନ ଲୋକ ଭାରତର ସବୁଠାରୁ ବଡ ସମ୍ଭାବନା । ସେଠାରେ ପ୍ରତିଭାବାନ ଲୋକମାନଙ୍କର ଏକ ବିଶାଳ ଏକତା ରହିଛି ବୋଲି ସେ କହିଛନ୍ତି ।

    ରୁଷର ରାଷ୍ଟ୍ରପତି ଆଫ୍ରିକାର ଉପନିବେଶବାଦ, ଭାରତର କ୍ଷମତା ଏବଂ  ରୁଷର “ଅନନ୍ୟ ସଭ୍ୟତା ଏବଂ ସଂସ୍କୃତି” ବିଷୟରେ କହିଛନ୍ତି । ରୁଷ୍ ଏବଂ ବୈଶ୍ବିକ ଇତିହାସର ଉଦାହରଣ ଦେଇ କହିଥିଲେ କି ପଶ୍ଚିମୀ ସାମ୍ରାଜ୍ୟଗୁଡିକ ଆଫ୍ରିକାକୁ କିପରି ଭାବରେ ଲୁଣ୍ଠନ କରିଛନ୍ତି । ପୁଟିନ କହିଛନ୍ତି ଯେ ବହୁ ପରିମାଣରେ ପୂର୍ବ ଔପନିବେଶିକ ଶକ୍ତି ଦ୍ୱାରା ପ୍ରାପ୍ତ ସମୃଦ୍ଧତା ଆଫ୍ରିକାର ଲୁଣ୍ଠନ ଉପରେ ଆଧାରିତ ଥିଲା । ୟୁରୋପର ଇତିହାସ କାହାଠାରୁ ଲୁକ୍କାୟିତ ନୁହେଁ । ସମ୍ବଳର ଲୁଣ୍ଠନ, ଡକାୟତି ଏବଂ ଲୋକମାନଙ୍କର ଦାସତ୍ୱ ହେଉଛି ୟୁରୋପର ରୀତିନୀତି ଏବଂ ସେଥିପାଇଁ ଏହି ଉପନିବେଶକାରୀ ଶକ୍ତି କାହାକୁ ଉତ୍ପନ୍ନ ହେବାକୁ ଦେଇନଥିଲେ ।  ବର୍ତ୍ତମାନ ଏହି ସମାନ ଶକ୍ତି ରୁଷର କ୍ଷତି କରିବାକୁ ଚାହୁଁଛନ୍ତି କିନ୍ତୁ ସେମାନେ ଏଥିରେ ସଫଳତା ପାଇବେ ନାହିଁ ।

    ସେ କହିଛନ୍ତି ଯେ ରୁଷ ହେଉଛି ଏକ ସାଂସ୍କୃତିକ ପାର୍ଥକ୍ୟରେ ପରିପୂର୍ଣ୍ଣ ଦେଶ ଏବଂ ଇସାଇ ଧର୍ମ ଉପରେ ଆଧାରିତ ଏକ ସଂସ୍କୃତିର ଅଂଶ । ପୁଟିନ ଭାରତକୁ ପ୍ରଶଂସା କରିବା ଏହା ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବରୁ ପୁଟିନ ପିଏମ ମୋଦୀଙ୍କୁ ପ୍ରକୃତ ଦେଶପ୍ରେମୀ ବୋଲି କହିଥିଲେ । ପୁଟିନ ଭାରତକୁ ପ୍ରଶଂସା କରି କହିଛନ୍ତି ଯେ ଭାରତ ସର୍ବଦା ଏକ ସ୍ୱାଧୀନ ବୈଦେଶିକ ନୀତି ଏବଂ ରୁଷର ସର୍ବଦା ସ୍ୱତନ୍ତ୍ର ସମ୍ପର୍କ ରହିଆସିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook