Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋଟରଙ୍କ ଚଏସ ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ କେଜ୍ରିଓ୍ବାଲ

    Share on :
    ajab-Image
    Date: Nov 4, 2022    Views: 4763

    ନୂଆଦିଲ୍ଲୀ: ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଇସୁଦାନ ଗାଧ୍ବୀ। ଏନେଇ ଘୋଷଣା କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ । ଭୋଟରଙ୍କ ଚଏସ ଅନୁସାରେ ଗାଧ୍ବୀଙ୍କୁ ସିଏମ ପ୍ରାର୍ଥୀ ଘୋଷଣା କରାଯାଇଛି ।
    ଗାଧ୍ବୀ ହେଉଛନ୍ତି ଗୁଜରାଟର ଜଣେ ଲୋକପ୍ରିୟ ଟିଭି ସାମ୍ବାଦିକ ଓ ଆଙ୍କର। ଭିଟିଭି ନ୍ୟୁଜ୍‌ରେ ତାଙ୍କର କାର୍ୟ୍ୟକ୍ରମ ମହାମନ୍ଥନ ରାତି ୮ଟାରୁ ୯ଟା ଯାଏ ଚାଲୁଥିଲା କିନ୍ତୁ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ତାହା ୯ଟା ୩୦ ଯାଏ ଚାଲିଲା। ଏହି କାର୍ୟ୍ୟକ୍ରମର ଲକ୍ଷ ଲକ୍ଷ ଦର୍ଶକ ଥିଲେ।

    ଗାଧ୍ବୀ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ସେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ କରିଛନ୍ତି।

    ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍‌ର ଏଡିଟର ହୋଇପାରିଛନ୍ତି। ୨୦୦୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍‌ରେ ଯୋଗ ଦେଇଛନ୍ତି। ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook