Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କମିଲା ସୁନା ଏବଂ ରୂପା ଦର

    Share on :
    ajab-Image
    Date: Nov 4, 2022    Views: 4892

    ନୂଆଦିଲ୍ଲୀ:  ଦେଶରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି । ଦିଲ୍ଲୀରେ ଥିବା ସରଫା ବା ସୁନାରୂପା ବଜାରରେ ସୁନା ଏବଂ ରୂପା ଦର କମିଛି । ସୁନା ୧୦ ଗ୍ରାମର ମୂଲ୍ୟ ହ୍ରାସ ପାଇ ୫୦,୫୯୭ ଟଙ୍କାରେ ପହଞ୍ଚିଛି । ସିଏନ୍‌ବିସିରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଏକ କିଲୋ ରୂପା ମୂଲ୍ୟ ୫୮ ହଜାର ଶହେ ଏଗାର ଟଙ୍କାରେ ପହଞ୍ଚିଛି ।
    ଗୁରୁବାରରେ ୨୪ କ୍ୟାରେଟ ଶୁଦ୍ଧ ସୁନା ୧୦ ଗ୍ରାମର ମୂଲ୍ୟ ୪୦୨ ଟଙ୍କା ହ୍ରାସ ପାଇଛି । ପୂର୍ବରୁ ଏହାର ମୂଲ୍ୟ ୫୦,୯୯୯ ଟଙ୍କା ରହିଥିଲା ।

    ରୂପା କିଲୋପ୍ରତି ୧,୨୪୪ ଟଙ୍କା ହ୍ରାସ ପାଇ ୫୮,୧୧୧ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପା ଦର ହ୍ରାସ ପାଇଛି । ଏହି କାରଣରୁ ଦେଶରେ ସୁନା ଏବଂ ରୂପା ଦର ହ୍ରାସ ପାଇଥିବା ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook