Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଟୁଇଟର, ହ୍ୱାଟସଆପ୍‌ ଆକାଉଣ୍ଟ ନମ୍ବର ବନ୍ଦ,କେତେ ଜଣଙ୍କର ଜାଣନ୍ତୁ

    Share on :
    ajab-Image
    Date: Nov 3, 2022    Views: 4828

    ନୂଆଦିଲ୍ଲୀ: ଭାରତରେ ୫୨,୧୪୧ ଆକାଉଣ୍ଟକୁ ବ୍ୟାନ କରିଛି ଟୁଇଟର । କମ୍ପାନି ଏହାର ମାସିକ ରିପୋର୍ଟରେ ଏହା ପ୍ରକାଶ କରିଛି । ଶିଶୁ ଯୌନ ଉତ୍ପୀଡନ ଏବଂ ନଗ୍ନତା ଭଳି ପୋଷ୍ଟ କରାଯାଉଥିବାରୁ ଆକାଉଣ୍ଟଗୁଡିକ ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨୬ ଅଗଷ୍ଟରୁ ୨୫ ସେପ୍ଟେମ୍ବର ମଧ୍ୟରେ ଆକାଉଣ୍ଟଗୁଡିକୁ ବନ୍ଦ କରାଯାଇଛି । ଏହାବାଦ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ୧୯୮୨ ଆକାଉଣ୍ଟ ବିରୋଧରେ ମଧ୍ୟ କମ୍ପାନି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।

    ସେହିଭଳି ମେଟା ମଧ୍ୟ ଦେଶର ୨୬ ଲକ୍ଷ ହ୍ୱାଟସଆପ୍‌ ଆକାଉଣ୍ଟ ନମ୍ବର ବନ୍ଦ କରିଛି । ଆଇଟି ଆଇନ ୨୦୨୧ ଆଧାରରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତୀୟ ୟୁଜରମାନେ ଟୁଇଟରକୁ ୧୫୭ ଅଭିଯୋଗ କରିଥିଲେ । ବିଭିନ୍ନ ଟୁଇଟର ଆକାଉଣ୍ଟ ବନ୍ଦ ପାଇଁ ଏଥିରେ ନିବେଦନ କରାଯାଇଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook