Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨୧୬୫ ପଦବୀ ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ୍ ପରୀକ୍ଷା

    Share on :
    ajab-Image
    Date: Nov 3, 2022    Views: 4663

    ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ସଂଶୋଧିତ ନିୟମ ଅନୁସାରେ ଗ୍ରୁପ୍ – ବି ଓ ସି ବର୍ଗରେ ଖାଲି ପଡ଼ିଥିବା ମୋଟ ୨୧୬୫ଟି ପଦବୀ ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ ଲେଭଲ୍ ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ନିମନ୍ତେ ଆସନ୍ତା ୧୧ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୦ତାରିଖ ପର୍ୟ୍ୟନ୍ତ ଚାଲିବ ।

    ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗ୍ରୁପ-ବି ଓ ସି ବର୍ଗର ପଦବୀ ନିମନ୍ତେ ୨ଟି କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ୍ ପରୀକ୍ଷା ଅନୁଷ୍ଠିତ ହେବ । କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା(ଟେକନିକାଲ ସର୍ଭିସ) ପାଇଁ ମୋଟ ୧୨୨୬ଟି ଗ୍ରୁପ-ବି ପଦବୀ ନିମନ୍ତେ ପରୀକ୍ଷା ହେବ । ସେହିପରି ୬୯୯ଟି ଗ୍ରୁପ୍ ବି ଓ ୨୪୪ଟି ଗ୍ରୁପ୍ ସି ବର୍ଗର ପଦବୀ ନିମନ୍ତେ ଅନ୍ୟ ଏକ କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ପରୀକ୍ଷା ଅନୁଷ୍ଠିତ ହେବ । ଏହି ଦୁଇଟି ଯାକ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ତାରିଖ ନଭେମ୍ବର ୧୧ ରହିଛି । ଉଭୟ ଟେକନିକାଲ ଓ ସାଧାରଣ ବର୍ଗରେ ଗ୍ରୁପ ବି ବର୍ଗରେ ମୋଟ ୧୯୨୫ଟି ପଦବୀ ନିମନ୍ତେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook