Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ

    Share on :
    ajab-Image
    Date: Nov 2, 2022    Views: 4881

    ପୁରୀ: ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିର ନୀତି ନିର୍ଘଣ୍ଟରେ ପରିବର୍ତ୍ତନ । ଶ୍ରୀଜିଉଙ୍କ ହେବ ସ୍ୱତନ୍ତ୍ର ରୀତିନୀତି । ୮ ତାରିଖ ମଧ୍ୟ ରାତ୍ରୀ ୧୨ଟାରେ ଦ୍ବାରଫିଟା ନୀତି । ପରେ ମଙ୍ଗଳ ଆଳତି, ମଇଲମ ଓ ଅବକାଶ ପୂଜା ହେବ । ସୁନାବେଶ ପରେ ଗୋପାଳବଲ୍ଲଭ ଭୋଗମଣ୍ଡପ ନୀତି ହେବ। ଏନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

    ପାକତ୍ୟାଗ ଭୋର ୫ଟା ୪୫ ମିନିଟ ୫୩ ସେକେଣ୍ଡରେ କରାଯିବ । ପୂର୍ବରୁ ପାକତ୍ୟାଗ ସକଳା ୮ଟା ୨୯ରେ କରାଯିବା ନେଇ ନୀତିନିର୍ଘଣ୍ଟ ହୋଇଥିବା ବେଳେ ଏହାକୁ ଆଜିର ବୈଠକରେ ବଦଳା ଯାଇଛି । ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ହେବ । ତେବେ ପଞ୍ଚୁକ ନୀତି ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ଲୋଡିଛି ପ୍ରଶାସନ । ଭକ୍ତ ସକାଳୁ ଦେବନୀତି ଓ ଡଙ୍ଗା ଭସା କାର୍ୟ୍ୟ ଭୋର ୫ଟା ୫୪ପୂର୍ବରୁ କରିବାକୁ ପରାମର୍ଶ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook