ମୁଖ୍ୟ ଖବର
ଜିଜିପି କଲୋନୀରେ ଘଟିଥିବା ନବବଧୂ ପ୍ରଜ୍ଞାପରମିତାଙ୍କ ଆତ୍ମହତ୍ୟା ମାମଲାର ଅଧିକ ଛାନଭିନ୍ ପାଇଁ ମଞ୍ଚେଶ୍ୱର ଥାନା ପୁଲିସ୍ ତାଙ୍କ ସ୍ୱାମୀ ପ୍ରଶାନ୍ତ ପାତ୍ରଙ୍କ ସମେତ ଶାଶୁ ଓ ନଣନ୍ଦଙ୍କୁ ନୋଟିସ୍ କରିଛି । ମାନସିକ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ପ୍ରଜ୍ଞାଙ୍କୁ ବାଧ୍ୟ କରିଥିବା ଅଭିଯୋଗ ହେବା ପରେ ପୁଲିସ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ବିବାହ ପରେ ରୋଗୀଣା ବୋଲି ବଦ୍ନାମ କରି ସ୍ୱାମୀ ପ୍ରଶାନ୍ତ ଓ ପରିବାର ଲୋକେ ପ୍ରଜ୍ଞାଙ୍କୁ ବାପ ଘରେ ଛାଡି ଦେଇଥିଲେ ଓ ଆଉ ଫେରାଇ ଆଣି ନଥିଲେ ବୋଲି ଅଭିଯୋଗ ହୋଇଛି । ସୂଚନୁସାରେ ଗତ ଜୁନ୍ ୮ରେ ଜିଜିପି କଲୋନୀରେ ରହୁଥିବା ନିଆଳୀ ଅଞ୍ଚଳର ପ୍ରଶାନ୍ତ ପାତ୍ରଙ୍କୁ ବିବାହ କରିଥିଲେ । ବିବାହର ମାତ୍ର ୧୨ଦିନ ପରେ ପ୍ରଜ୍ଞାଙ୍କ ଦାନ୍ତ ବିନ୍ଧା ହୋଇଥିଲା । ପ୍ରଶାନ୍ତଙ୍କ ପରିବାର ପ୍ରଜ୍ଞାଙ୍କ ଦାନ୍ତ ବିନ୍ଧାକୁ କର୍କଟ ରୋଗ ବୋଲି କହି ତାଙ୍କୁ ବାପ ଘରେ ଛାଡି ଦେଇଥିଲେ । ବାପଘରେ ଛାଡିଦେବା ପୂର୍ବରୁ ଶାଶୁ ଓ ନଣନ୍ଦ ପ୍ରଜ୍ଞାଙ୍କୁ ବହୁ କଟୁ କଥା କହିଥିଲେ । ତେବେ ବାପଘର ପକ୍ଷରୁ ପ୍ରଜ୍ଞାଙ୍କ ଚିକିତ୍ସା କରାଯାଇଥିଲା ଓ ବିଭିନ୍ନ ପରୀକ୍ଷା କରାଯାଇଥିଲା । କେବଳ ସେତିକି ନୁହେଁ,ଏହା କର୍କଟ ରୋଗ ନୁହେଁ ବୋଲି ଡାକ୍ତର ରିପୋର୍ଟ ଦେଇଥିଲେ । ପ୍ରଜ୍ଞାଙ୍କ ବାପଘର ପକ୍ଷରୁ ଏହି ଖବର ଦିଆଗଲେ ବି ପ୍ରଶାନ୍ତଙ୍କ ପରିବାର ଲୋକେ ଏକଥା ମାନିବାକୁ ରାଜି ହୋଇ ନଥିଲେ ଓ ତାଙ୍କୁ ଘରକୁ ଫେରାଇ ନେଇ ନ ଥିଲେ । ପ୍ରଜ୍ଞାଙ୍କ ଭାଇ ମଞ୍ଚେଶ୍ୱର ଥାନାରେ କରିଥିବା ଅଭିଯୋଗ ଅନୁସାରେ ଏନେଇ ଦୁଇ ପରିବାର ମଧ୍ୟରେ ବୁଝାମଣା ପାଇଁ କଥାବାର୍ତ୍ତା ହେଲେ ବି କିଛି ସୁଫଳ ମିଳି ନଥିଲା । ଏମିତିକି ପ୍ରଶାନ୍ତ ଓ ତାଙ୍କ ପରିବାର ଲୋକେ ସେମାନଙ୍କ ଫୋନ୍ ନମ୍ବର ବ୍ଳକ୍ ମଧ୍ୟ କରି ଦେଇଥିଲେ । ଏସବୁ ପ୍ରଜ୍ଞାଙ୍କୁ ବାଧିଥିଲା । ସେ ଘୋର ମାନସିକ ଅବସାଦରେ ଥିଲେ ଓ ଶେଷରେ ଆତ୍ମହତ୍ୟା କରିଦେଲେ ।
Comments ସମସ୍ତ ମତାମତ 0