Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ରାଜ୍ୟରେ ୬୫୨କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

    Share on :
    ajab-Image
    Date: Aug 8, 2022    Views: 4393

    ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୬୫୨ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ସେଥି ମଧ୍ୟରୁ ସଙ୍ଗରୋଧରୁ ୩୮୧ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୨୭୧ରହିଛି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୩୮୧ଆକ୍ରାନ୍ତ ଅଛନ୍ତି  । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି  ।

    ଆଜି  ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୬, ବରଗଡରୁ ୪୬, ଭଦ୍ରକରୁ ୧, ବଲାଙ୍ଗିରରୁ ୪୭, ବୌଦ୍ଧରୁ ୩, କଟକରୁ ୧୪, ଦେବଗଡରୁ ୭, ଢେଙ୍କାନଳରୁ ୩, ଗଜପତିରୁ ୬, ଗଞ୍ଜାମରୁ ୧, ଯାଜପୁରରୁ ୮, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୭୦, କୋରାପୁଟରୁ ୧୧, ମାଲକାନାଗିରିରୁ ୨, ମୟୁରଭଂଜରୁ ୪୩, ନୟାଗଡରୁ ୧୮, ନବରଙ୍ଗପୁରରୁ ୩୪,  ନୂଆପଡାରୁ ୧୬, ପୁରୀରୁ ୭, ରାୟଗଡାରୁ ୧୫, ସମ୍ବଲପୁରରୁ ୫୮, ସୋନପୁରରୁ ୨୧, ସୁନ୍ଦରଗଡରୁ ୧୩୭ ଓ ରାଜ୍ୟପୁଲରୁ ୧୫ଜଣ ରହିଛନ୍ତି । 
      
    ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୧୯ହଜାର ୫୨୭ଜଣକୁ ବୃଦ୍ଧି ପାଇଛି  । ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୭୦୪ଜଣ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୩ଲକ୍ଷ ୪ହଜାର ୫୨୭ ଓ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ରହିଛି ୫ହଜାର ୭୯୮ । 

    Maximum 500 characters

    ତାଜା ଖବର View all

    Find Us on Facebook