Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବୁଷ୍ଟର ଡୋଜ୍ ନେବା ପାଇଁ ଧର୍ମେନ୍ଦ୍ରଙ୍କ ନିବେଦନ

    Share on :
    ajab-Image
    Date: Aug 7, 2022    Views: 4500

    ନୂଆଦିଲ୍ଲୀ: କୋଭିଡ ମହାମାରୀ ବିରୋଧୀ ଲଢେଇକୁ ମଜବୁତ କରିବା ପାଇଁ ବୁଷ୍ଟର ଡୋଜ ନେଇ ସୁସ୍ଥ ରହିବାକୁ ଓଡିଶାର ଜନସାଧାରଣଙ୍କୁ ଏକ ଭିଡିଓ  ବାର୍ତ୍ତା ଜରିଆରେ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ  ପ୍ରଧାନ କହିଛନ୍ତି ଦେଶରେ ପୁଣି  ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ସରକାର ଙ୍କ ତରଫରୁ ପ୍ରଥମେ କୋଭିଡର ଦୁଇଟି  ଡୋଜ ଏବଂ ଏବେ ବୁଷ୍ଟର ଡୋଜମାଗଣାରେ ଦିଆଯାଉଛି । ବୁଷ୍ଟର ଡୋଜ ପାଇଁ ଭାରତ ସରକାର ତରଫରୁ ଅମୃତ ମହୋସôବ  ଅବସରରେ ଗତମାସ ୧୫ ତାରିଖରୁ ୭୫ ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନରେ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ଟିକାକରଣ କରାଯାଉଛି । କିନ୍ତୁ କୋଭିଡ ବୁଷ୍ଟର ଡୋଜ ନେବା କ୍ଷେତ୍ରରେ ଜାତୀୟ ହାର ଠାରୁ ଓଡିଶାର ହାର କମ ଅଛି ।

    ଓଡିଶାର ୮୭ ପ୍ରତିଶତ ନାଗରିକ ଏ ପର୍ଯ୍ୟନ୍ତ ବୁଷଷ୍ଟର ଡୋଜ ଟିକା ନେଇନାହାନ୍ତି । ଅଗଷ୍ଟ ୪ ତାରିଖ ସିଦ୍ଧା ଓଡିଶାରେ ୩ କୋଟି ୨୩ ଲକ୍ଷ  ନାଗରିକକ ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇସାରିଛନ୍ତି । କେବଳ ୪୨ ଲକ୍ଷ ୩୪ ହଜାର ଜଣ ବୁଷ୍ଟର ଡୋଜ ନେଇଛନ୍ତି । ରାଜ୍ୟରେ ୬ ଜିଲ୍ଲା ଯଥା କଟକ ,ଖୋର୍ଦ୍ଧା, ଜଗତସିଂପୁର ,ସୁନ୍ଦରଗଡ,ପୁରୀ  ଏବଂ ୍ଅନୁଗୁଳରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତ ବରଷ୍ଠ ନାଗରିକ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି । ରାଜ୍ୟରେ ୮ ଜିଲ୍ଲାରେ ପାକାପାଖି ୨୫ ଲକ୍ଷ  ନାଗରିକ  ଦ୍ୱିତୀୟ ଡୋଜ ଟିକା ନେଇନାହାନ୍ତି । ବର୍ଷା ଋତୁ କୋଭିଡ ଆହୁରି ବଢିବାର ଆଶଙ୍କା ରହିଛି । ତେଣୁ ଯେଉ ନାଗରିକମାନେ ପ୍ରିକସନ ଡୋଜ ନେବା ପାଇଁ ଯୋଗ୍ୟ,ସେମାନେ କାଳ ବିଲମ୍ବ ନ କରି ତୁରନ୍ତ ନିକଟସ୍ଥ ସରକାରୀ  ଚିକିସôାଳୟକୁ ଯାଇ ଡୋଜ ନେବାକୁ  ଶ୍ରୀ ପ୍ରଧାନ କହିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook