Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗୋଟିଏ ପରିବାରର ୬ ମୃତ

    Share on :
    ajab-Image
    Date: Aug 5, 2022    Views: 4447

    ବେଙ୍ଗାଲୁରୁ: ୟାଦଗିର  ଗୁରାମିଥକାଲ ତାଲୁକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି । ମୃତକମାନେ ହେଲେ ମହମ୍ମଦ ଓ୍ବାଜିଦ ହୁସେନ(୩୯),ମହମ୍ମଦ ମଜହର ହୁସେନ(୭୯), ନୁର ଜାହା ବେଗମ୍(୭୦), ହିନା ବେଗମ (୩୦) , ଇମରାନ (୨୨) ଓ ଅମିଜା(୬ ଜ୍ଞକ୍ଟଦ୍ଭଗ୍ଧଷଗ୍ଦ) । ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ମଧ୍ୟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

    ସୂଚନା ଅନୁସାରେ, ରାଇଚୁର ଜିଲ୍ଲାର ହଟି ଗାଁର ଗୋଟିଏ ପରିବାର ଏକ କାର ଯୋଗେ ତେଲେଙ୍ଗାନର କୋଡାଙ୍ଗାଲ ନିକଟରେ ଥିବା ଦର୍ଘାରୁ ଦର୍ଶନ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ୟାଦଗିର ଜିଲ୍ଲାର ଗୁରାମିଥକାଲ ତାଲୁକରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook