Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଉପରାଷ୍ଟ୍ରତି ନିର୍ବାଚନ: ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ଜେଏମଏମର ସମର୍ଥନ

    Share on :
    ajab-Image
    Date: Aug 3, 2022    Views: 4936

    ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରତି ନିର୍ବାଚନ ଅନୁଷ୍ଠିତ ହେବ । ଏହାରି ଭିତରେ ଉପରାଷ୍ଟ୍ରପତିଙ୍କୁ ବିଭିନ୍ନ ଦଳ ସମର୍ଥନ ଜଣାଇଛନ୍ତି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା  ବା ଜେଏମଏମ ମିଳିତ ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିଛି ।

    ବିରୋଧୀ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟଙ୍କୁ ସମର୍ଥନ ଜଣାଇ ଚିଠିରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା କହିଛି, ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପକ୍ଷରୁ ମାର୍ଗାରେଟ ଆଲଭା ପ୍ରାର୍ଥୀ ହୋଇଛନ୍ତି । ଦଳ ଉପରାଷ୍ଟ୍ରପତି ନିର୍ବାଚନରେ ମାର୍ଗାରେଟ ଆଲଭାଙ୍କ ପକ୍ଷରେ ମତଦାନ କରିବାକୁ ନିର୍ଣ୍ଣୟ ନେଇଛି । ୬ ଅଗଷ୍ଟକୁ ହେବାକୁ ଥିବା ନିର୍ବାଚନରେ ମାର୍ଗାରେଟ ଆଲଭାଙ୍କୁ ଭୋଟ ଦେବାକୁ ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
    ସେପଟେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ବିଏସପି । ବିଏସପି ମୁଖ୍ୟ ମାୟାବତୀ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଜଗଦୀପ ଧନଖରଙ୍କୁ ଏନଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା ବେଳେ ମିଳିତ ବିରୋଧୀ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି । ନିକଟରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ ଅଳଙ୍କୃତ କରିଛନ୍ତି ଦ୍ରୌପଦୀ ମୁର୍ମୁ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook