Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ ଦିନକରେ ୧୭୧୩୫ ସଂକ୍ରମିତ ଚିହ୍ନଟ, ୪୭ ମୃତ

    Share on :
    ajab-Image
    Date: Aug 3, 2022    Views: 5149

    ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କୋରୋନା ସଂକ୍ରମଣ । ଗତକାଲି ଚିହ୍ନଟ ସଂକ୍ରମିତଠୁ ଆଜି  ସଂକ୍ରମଣ କ୍ରମଶ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାର ୧୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ । ଦିନକରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୬୭,୧୪୪କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ଦେଶରେ ମୋଟ ୧,୩୭,୦୫୭ ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା ୫,୨୬,୪୭୭ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

    ଦୈନିକ ପଜେଟିଭ ରେଟ ୩.୬୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜେଟିଭ ରେଟ୍ ୪.୬୭ ପ୍ରତିଶତ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ  ତରଫରୁ ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା ୪,୩୪,୦୩,୬୧୦ ଜଣ ଆକ୍ରାନ୍ତ କୋଭିଡରୁ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ୧.୨% ରେକର୍ଡ କରାଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶବ୍ୟାପୀ କୋଭିଡ ଟୀକାକରଣ ଡ୍ରାଇଭ ଜୋରଦାର ଚାଲିଥିବା ବେଳେ ଏପର୍ୟ୍ୟନ୍ତ ଦେଶରେ ୨୦୪.୮୪ କୋଟି ଡୋଜ କୋଭିଡ ଟିକା ଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook