ମୁଖ୍ୟ ଖବର
ବଲାଙ୍ଗିର: ଗୋଟିଏ ପରିବାରର ୩ ଜଣ ବିଷ ପିଇ ଦେଇଛନ୍ତି। ଏହି ଘଟଣାରେ ମା’ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୬ ବର୍ଷର ପୁଅ ଜୀବନମରଣ ସହ ଡାକ୍ତରଖାନା ଶଯ୍ୟାରେ ସଂଘର୍ଷ କରୁଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଂଚାୟତ ଅର୍ନ୍ତଗତ ପାଟିମାଲ ଗାଁରେ ଏହି ଘଟଣା ଘଟିଛି।
ମୃତକ ମାନେ ହେଲେ ୭୦ ବର୍ଷୀୟା କଳାବତୀ ସାହୁ ଏବଂ ୪୦ ବର୍ଷୀୟା ସନ୍ତୋଷିନୀ ସାହୁ। ମୃତ ସନ୍ତୋଷିନୀଙ୍କ ୬ ବର୍ଷର ପୁଅ ଗୁରୁତର ହୋଇଛନ୍ତି। ତିନିହେଁ ବିଷ ପିଇ ଘର ଭିତରେ ପଡିଥିବା ପଡୋଶୀ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଖପ୍ରାଖୋଲ ପୁଲିସ ଗାଁରେ ପହଞ୍ଚିବା ବେଳକୁ ମା’ ଓ ଝିଅଙ୍କର ମୃତ୍ୟୁ ହୋଇ ସାରିଥିଲା। ଗୁରୁତର ଶିଶୁକୁ ଖପ୍ରାଖୋଲ ହସପିଟାଲରେ ଭର୍ତ୍ତି କରାଯାଇଛି।
ଶିଶୁର ଅବସ୍ଥା ଗୁରୁତର ହେବାରୁ ତାକୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଷ ପିଇବାର କାରଣ ଜଣାପଡିନାହିଁ। କିନ୍ତୁ ଦାରିଦ୍ର୍ୟ ପାଇଁ ଶିଶୁକୁ ବିଷ ପିଆଇ ମା’ ଓ ଝିଅ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି ।
Comments ସମସ୍ତ ମତାମତ 0