Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘରେ କଳାକନା ବୁଲେଇଲା ଚୋର, ଅଟକିଗଲା ବାହାଘର

    Share on :
    ajab-Image
    Date: Aug 2, 2022    Views: 4410

    ନୟାଗଡ଼: ଆସନ୍ତା ମାସ ହୋଇଥାନ୍ତା ଗୋଟିଏ ବୋଲି ଅଲିଅଳି ଝିଅ ବାହାଘର । ପଡ଼ିଥାନ୍ତା ହାତଗଣ୍ଠି। ନିଜ ଝିଅକୁ ସୁନାଗହଣାରେ ସଜାଇବା ପାଇଁ ୫ ଲକ୍ଷରେ ଅଳଙ୍କାର କିଣିଥିଲେ ବାପା । କ୍ୟାସ୍‌ ବି ୯୦ ହଜାର ରଖିଥିଲେ। ହେଲେ ଆଖି ପିଛୁଳାକେ ସବୁ ସ୍ୱପ୍ନ ଚୁରମାର ହୋଇଗଲା। ଦିନ ଦ୍ୱିପ୍ରହରରେ ଘରେ ୪ ଲୁଟେରା ପଶି କଳାକନା ବୁଲାଇ ଦେଲେ। ଏବେ କିପରି ଝିଅ ବାହାଘର କରିବୁ, କ’ଣ ଦେବୁ ବୋଲି ମୁଣ୍ଡ ପିଟି କାନ୍ଦୁଛନ୍ତି ବାପାମା’ । ଏପରି  ଘଟଣା ଆଜି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ରେ ଘଟିଛି। ଲୁଟ୍‌ର ଶିକାର ହୋଇଛନ୍ତି ଫତେଗଡ଼ ବିଜୟ ନଗରର ଜଗନ୍ନାଥ ବେହେରା ।

    ଜଗନ୍ନାଥ ଚାଷବାସ କରି ପରିବାର ଚଳାନ୍ତି। ସେଥିରୁ କିଛି କିଛି ସଞ୍ଜୟ କରି ଝିଅ ବାହାଘର ଧୁମଧାମରେ କରିବେ ବୋଲି ଭାବିଥିଲେ। ଏକ ମାତ୍ର ଝିଅକୁ ଦେବାକୁ ୫ ଲକ୍ଷର ଅଳଙ୍କାର କିଣି ଘରେ ରଖିଥିଲେ।ହେଲେ ଆଜି ମଧ୍ୟାହ୍ନ ସମୟରେ ହଠାତ୍‌ ୪ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି ତାଙ୍କ ଘରେ ପହଞ୍ଚିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook