Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦିଲ୍ଲୀରୁ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

    Share on :
    ajab-Image
    Date: Aug 2, 2022    Views: 4686

    ନୂଆଦିଲ୍ଲୀ: ଦିଲ୍ଲୀରୁ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ଦେଶରେ ମୋଟ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି । ଆକ୍ରାନ୍ତ ଜଣଙ୍କ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ବୟସ ୩୫ ବର୍ଷ । ଆକ୍ରାନ୍ତ ଜଣଙ୍କ ଗତ ୫ଦିନ ହେଲା ଜ୍ବରରେ ପିଡିତ ଥିବାରୁ ଦିଲ୍ଲୀର LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଆକ୍ରାନ୍ତ ନମୁନା ପରୀକ୍ଷା ପାଇଁ ପୁନେ NIV କୁ ପଠାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଥିବା ସୋମବାର ସୂଚନା ମିଳିଛି। ୨ଜଣ ମଙ୍କିପକ୍ସ ସନ୍ଦିଗ୍ଧଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ଜୁଲାଇ ୧୦ରେ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ।ଗତ ରବିବାର ଭାରତରେ ପ୍ରଥମ ମୁଣ୍ଡ ନେଇଥିଲା ମଙ୍କିପକ୍ସ । ଏନେଇ ପୁନେ ଭୀଇରୋଲୋଜି ଲ୍ୟାବ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ବ୍ୟକ୍ତି ଜଣଙ୍କ କେରଳର ହୋଇଥିବା ସୂଚନା । ଦେଶରେ ଏପର୍ଯ୍ୟନ୍ତ ମୋଟ ୬ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ଟି ମାମଲା କେରଳର, ୨ଜଣ ଆକ୍ରାନ୍ତ ଦିଲ୍ଲୀ ଓ ପଞ୍ଜାବରୁ ଜଣେ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook